ସୁବର୍ଣ୍ଣପୁରର ତରଭାଠାରେ ଥିବା ପୀର ବାବାଙ୍କ ସମାଧି ପୀଠରେ ଆରମ୍ଭ ହୋଇଛି ମୁସଲମାନ ସମ୍ପ୍ରଦାୟର ଉର୍ସ ଉତ୍ସବ, କରୋନା କଟକଣା ଯୋଗୁ ଖାଁ ଖାଁ ସାରା ପରିବେଶ

ସୁବର୍ଣ୍ଣପୁର: ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଆମେ ସବୁ ଭାରତୀୟ । ଆମ ରାଜ୍ଯ ଓଡିଶାରେ ମଧ୍ଯ ଭାଇଚାରା ଦେଖିବାକୁ ମିଳିଥାଏ । ବିଭିନ୍ନ ପର୍ବକୁ ଭିନ୍ନ ଭିନ୍ନ ଧର୍ମାଲମ୍ବୀ ଲୋକେ ମିଳିମିଶି ଖୁବ୍ ଧୂମ୍ ଧାମରେ ପାଳନ କରିଥାନ୍ତି । ତେବେ ଏହାରି ଭିତରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ପୀର ବାବାଙ୍କ ସମାଧି ପୀଠରେ କୋଭିଡ କଟକଣା ଭିତରେ ଆରମ୍ଭ ହୋଇଯାଇଛି ଉର୍ସ ଉତ୍ସବ । ସାୟଦ ଶାହା ଅବଦୁଲ ଶକରଙ୍କ ୩୮ତମ ଶ୍ରାଦ୍ଧ ବାର୍ଷିକିରେ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ସୀମିତ ଭକ୍ତଙ୍କ ଭିତରେ ଶ୍ରଦ୍ଧାଳୁମାନେ ବାବାଙ୍କ ପୀଠରେ ନମାଜ ପଢିବା ସହିତ ଚାଦର ଚଢାଇଛନ୍ତି । ଦେଶରେ ଥିବା ଛଗୋଟି ପ୍ରସିଦ୍ଧ ମଜାର ଭିତରୁ ତରଭାର ମଜାର ଏକ ସ୍ୱତନ୍ତ୍ର ସ୍ଥାନ ବଜାଇ ରଖିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।

urs festivalହେଲେ ମହାମାରୀ କରୋନା କଟକଣା ଯୋଗୁଁ ଖାଁ ଖାଁ ପୁରା ପରିବେଶ । ଜନଶୂନ୍ୟ ପୀରବାବାଙ୍କ ସମାଧି ପୀଠ । ଯେଉଁ ପୀଠରେ ଏହି ଶ୍ରାଦ୍ଧ ଦିବସରେ ଦେଶ ତଥା ଦେଶ ବାହାରୁ ଲକ୍ଷାଧିକ ଲୋକଙ୍କ ଭିଡ ହୋଇଥାଏ ଆଜି ସେହି ପୀଠରେ ମହାମାରୀ କରୋନା ଯୋଗୁଁ ସୀମିତ ଶ୍ରଦ୍ଧାଳୁଙ୍କ ଭିତରେ ଚାଲିଛି ନମାଜ ପାଠ । ମୁସଲମାନ ସଂମ୍ପ୍ରଦାୟର ଉର୍ସ ପର୍ବ ହୋଇଥିଲେ ବି ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସବୁଧର୍ମର ଲୋକେ ଏହି ଉତ୍ସବରେ ଯୋଗଦେଇ ପୀର ବାବାଙ୍କ ସମାଧି ଦର୍ଶନ କରିଥାନ୍ତି । ଦୁଇଦିନ ଧରି ପାଳିତ ହେଉଥିବା ଏହି ପର୍ବରେ ଦେଶର ବିଭିନ୍ନ ଯାଗାରୁ ମୁସଲମାନ ଶ୍ରଦ୍ଧାଳୁମାନେ ପୀର ବାବାଙ୍କ ସମାଧି ଦର୍ଶନ ପାଇଁ ମଜାର କୁ ଆସିଥାନ୍ତି । ଶ୍ରୀଲଙ୍କା,ଛତିସଗଡ,ଝାରଖଣ୍ଡ,ମଧ୍ୟପ୍ରଦେଶ,ପଶ୍ଚିମବଙ୍ଗ,ଜାମ୍ମୁ କାଶ୍ମୀର ଆଦି ଅଂଚଳରୁ ଶ୍ରଦ୍ଧାଳୁମାନେ ଆସୁଥିବା ବେଳେ ସେସବୁ ବନ୍ଦ ହୋଇଯାଇଛି । ତେଣୁ ଉର୍ସ କମିଟି ପକ୍ଷରୁ ନିରାଡମ୍ବର ଭାବରେ ତରଭା ସହରରେ ଚାଦର ଶୋଭାଯାତ୍ରା କରାଯାଇଥିଲା ।ସହର ପରିକ୍ରମାପରେ ଏହି ଯୁଲୁସ ପୀର ବାବାଙ୍କ ସମାଧି ପୀଠରେ ପହଂଚି ଚାଦର ଚଢାଯାଇଥିଲା । ଶ୍ରଦ୍ଧାଳୁମାନେ ମାନସିକ ପୁରଣ ପାଇଁ ନିଜ ନିଜର ଚାଦର ଚଢାଇଥିଲେ ।

urs festତରଭାର ମଧ୍ୟ ଭାଗରେ ରହିଛି ଆଲୈାକିକ ସୟଦ ସାହା ଅବଦୁଲ ଶକୁରଙ୍କ ମଜାର ବା ସମାଧି ପୀଠ । ପ୍ରାୟ ସତୁରି ଅଶି ବର୍ଷତଳେ ସୁଦୁର ଆଫଗାନିସ୍ଥାନରୁ ଆସି ଫକିରବାବା ଏଇଠି ଅବସ୍ଥାନ କରିଥିଲେ । ତାଙ୍କ ପାଖରେ ଅନେକ ଅଲୈାକିଶକ୍ତି ଥିବା ତରଭା ଅଂଚଳବାସୀ ଜାଣିପାରିଥିଲେ । ତାଙ୍କର ଜିବିତାବସ୍ଥାରେ ଯେକେହି ତାଙ୍କ ପାଖକୁ ଯାଉଥିଲା ସେ ମାନସିକ ଶାରୀରିକ ଉପସମ ପାଉଥିଲା ।

ursତେବେ ପ୍ରେମ,ଶାନ୍ତି ମୈତ୍ରୀ ଓ ଭକ୍ତିର ପ୍ରତିକ ଉର୍ସ ପର୍ବ । ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସବୁ ଧର୍ମର ଲୋକେ ଆଦି ବାବାଙ୍କ ସମାଧି ଦର୍ଶନ କରି ଭକ୍ତିର ସହିତ ଚାଦର ଚଢାଇବାର ସୈାଭାଗ୍ୟ ଅର୍ଜନ କରୁଥିବାରୁ ଏହା ସାଂମ୍ପ୍ରଦାୟକ ସଦଭାବରେ ସମସ୍ତଙ୍କୁ ବାନ୍ଧି ରଖିଛି ।

ସୁବର୍ଣ୍ଣପୁରରୁ ଶେଷଦେବ ବାରିକ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.