ପ୍ରଧାନମନ୍ତ୍ରୀ ଶ୍ରେଷ୍ଠ ପ୍ରଶାସିକା ୨୦୨୦ ପୁରସ୍କାରରେ ସମ୍ମାନିତ ହେଲେ ଆଇଏଏସ୍‌ ଉଷା ପାଢୀ

କେନ୍ୟୁଜ ବ୍ୟୁରୋ : ଓଡିଶା କ୍ୟାଡର ଆଇଏଏସ୍‌ ତଥା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ନ ସଚିବ ଉଷା ପାଢୀ ୧୫ ତମ ସିଭିଲ ସର୍ଭିସେସ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରେଷ୍ଠ ପ୍ରଶାସିକା ୨୦୨୦ ପୁରସ୍କାର ପାଇଛନ୍ତି।

ସେହିପରି ଉଡାନ୍‌ (ଉଡେ ଦେଶ କା ଆମ ନାଗରିକ) ଟିମର ସଦସ୍ୟଙ୍କୁ ବି ସ୍ୱତନ୍ତ୍ର ଭାବେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପୁରସ୍କୃତ କରିଛନ୍ତି। ଉଡାନ୍‌ ଯୋଜନାର ସଫଳତା ପାଇଁ ଶ୍ରୀମତୀ ପାଢୀଙ୍କୁ ଏହି ପୁରସ୍କାର ମିଳିଛି। ଏହି ସଫଳତାର ଶ୍ରେୟ ସେ ଉଡାନ୍‌ ଟିମର ସଦସ୍ୟଙ୍କୁ ଦେଇଛନ୍ତି।

୨୦୧୬ମସିହାରେ ଉଡ଼ାନ ଯୋଜନା ଆରମ୍ଭ ହେବା ପରେ ୬୭ଟି ସ୍ଥାନରୁ ୪୧୯ଟି ନୂଆ ଆକାଶମାର୍ଗରେ ବିମାନ ଚଳାଚଳ କରିଥିବା ସୂଚନା ଦେଇଛନ୍ତି ଶ୍ରୀମତୀ ପାଢ଼ୀ।  ଉଡାନ୍‌ ଯୋଜନା ଆରମ୍ଭ ହେବା ପରେ ୯୨ ଲକ୍ଷ ଲୋକ ଉପକୃତ ହୋଇଛନ୍ତି।ସେଭଳି ଆଗାମୀ ୨୦୨୪ସୁଦ୍ଧା ୧୦୦ଟି ନୂଆବିମାନ ବନ୍ଦର ୧୦୦୦ ନୂଆ ଅକାଶମାର୍ଗରେ ବିମାନ ଚଳାଇବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଶ୍ରୀମତି ପାଢ଼ୀ। ଶ୍ରୀମତି ପାଢ଼ୀ ଅବିଭକ୍ତ କୋରାପୁଟ ଜିଲ୍ଲାର ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ଜିଲ୍ଲାପାଳ ରହି ଆସିଥିଲେ। ୨୦୦୧ମସିହା ଡିସେମ୍ବର ୨ତାରିଖରୁ ୨୦୦୪ ମସିହା ସେପ୍ଟମ୍ବର ୧୦ତାରିଖ ପର୍ଯ୍ୟନ୍ତ ସେ କୋରାପୁଟ ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ଆସିଥିଲେ। କେନ୍ଦ୍ର ସରକାର ତାଙ୍କୁ ଅକ୍ଷାଂକା ଜିଲ୍ଲା କୋରାପୁଟ ଦାୟିତ୍ବରେ ଦେବା ପରେ ସେ ଜୟପୁର ବିମାନବନ୍ଦରର ତଦାରଖ କରିବା ସହ ବାରମ୍ବାର ଏହାର କାମ ଶୀଘ୍ର ସାରିବାକୁ ବି ତାଗିଦ୍ କରି ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.