ପତ୍ନୀଙ୍କୁ ୩୦୦ ଖଣ୍ଡ କରି କାଟି ଥିଲେ ମେଜର୍‌, ଜାଣନ୍ତୁ ମାମଲା ଏବେ କେଉଁଠି ?

ମଣିଷ ବେଳେବେଳେ ଏତେ ନୃଶଂସ ହୋଇପଡେ ଯେ କିଛି ବି କରିବାକୁ ପଛାଏ ନାହିଁ। ନିଜର ସ୍ବାର୍ଥ ଏବଂ କ୍ରୋଧ ପାଇଁ କାହାର ଜୀବନ ମଧ୍ୟ ନେଇଯାଏ। ଆଉ କେତେବେଳେ କିଛି ଏଭଳି ମାନସିକତା ର ଲୋକ ଅଛନ୍ତିି ଯିଏକି କିଛି ବି ଅଘଟଣ ଘଟାଇ ପାରନ୍ତି । ଏପରି ଏକ ଘଟଣା ୨୦୧୩, ଜୁନ ୩ ତାରିଖରେ ଘଟିଥିଲା। ଭୁବନେଶ୍ୱର ନୟାପଲ୍ଲୀରେ ରହୁଥିବା ଜଣେ ଅବସର ପ୍ରାପ୍ତ ଆର୍ମି ଡାକ୍ତର ନିଜର ୬୨ ବର୍ଷୀୟ ପତ୍ନୀଙ୍କୁ ହତ୍ୟା କରିଥିବାର ଅଭିଯୋଗ ହେଲା । ଖାଲି ସେତିକି ନୁହେଁ ସେ ନିଜ ପତ୍ନୀଙ୍କ ମୃତ୍ରଦେହକୁ ୩୦୦ ଖଣ୍ଡ କରି କାଟି ବିଭିନ୍ନ ଟିଫିନ୍‌ କ୍ୟାରିୟରରେ ରଖିଥିଲେ। ଏପରି ଘଟଣା ଆଜି ମଧ୍ୟ ଶୁଣିଲେ ଲୋମ ଟାଙ୍କୁରି ଉଠୁଛି। ଛଅ ବର୍ଷ ବିତିଗଲାଣି । ତଥାପି ମାମଲାର ଫଇସଲା ହୋଇ ପାରିନାହିଁ । ଆଇନ୍‌ର ଖେଳ ମଧ୍ୟରେ ଚାଲିଛି ଖାଲି ଶୁଣାଣି ଆଉ ଶୁଣାଣି ।

HOUSE-1

ଆସନ୍ତୁ ଜାଣିବା କଣ ଥିଲା ସେହି ଲୋମ ଟାଙ୍କୁରା ଘଟଣା ଏବଂ କଣ ସେହି ଅଭିଯୋଗ ଜଣେ ଦାୟିତ୍ୱ ସମ୍ପନ୍ନ ସେନା ଡାକ୍ତରଙ୍କ ନାଁରେ ।… ସେନାରୁ ଅବସର ଗ୍ରହଣ କରିଥିବା ୭୩ ବର୍ଷୀୟ ଡାକ୍ତର ସୋମନାଥ ପରିଡା ନିଜର ପତ୍ନୀ ଉଷାଶ୍ରୀ ପରିଡାଙ୍କ ସହ ରହୁଥିଲେ ନୂଆପଲ୍ଲୀ ଅଞ୍ଚଳ ସିଆରପି ଛକ ଠାରୁ ଅଳ୍ପ ଦୂରରେ ତାଙ୍କର ନିଜ ଘର । ଏମାନଙ୍କର ଗୋଟିଏ ପୁଅ ଆମେରିକା ଏବଂ ଝିଅ ଦୁବାଇରେ ରୁହନ୍ତି । ସେମାନେ ନିୟମିତ ବାପା ମାଆଙ୍କ ସହିତ ଫୋନ୍‌ରେ କଥା ହୁଅନ୍ତି । ତେବେ ଅଚାନକ କିଛି ଦିନ ଧରି ମା’ଙ୍କ ସହ କଥା ହୋଇ ପାରିଲେନି ପିଲାମନେ । ପାଖାପାଖି ତିନି ସପ୍ତାହ ବିତିଗଲା । ତେଣୁ ନିକଟ ସମ୍ପର୍କୀୟଙ୍କୁ ଫୋନ୍‌ କରି ମାଆଙ୍କ କଥା ଘରକୁ ଯାଇ ବୁଝିବାକୁ କହିଲେ । ଆଉ ଏହା ପରେ ଜଣାପଡ଼ିଲା ଯେ ଉଷାଶ୍ରୀ ଆଉ ନାହାନ୍ତି ।
ଜୁନ ୩ ତାରିଖ ୨୦୧୩ ମସିହା। ଏହି ଦିନ ଡାକ୍ତର ସୋମନାଥ ଭୟାନକ କାଣ୍ଡ ଘଟାଇଥିଲେ। କୁହାଯାଉଛି ସେ ପତ୍ନୀଙ୍କୁ ହତ୍ୟା କରିବା ପରେ ତାଙ୍କ ଘରକୁ କାହାକୁ ବି ଆସିବାକୁ ଦେଉନଥିଲେ। ତାଙ୍କ ପିଲାମାନେ ୧୮ ଦିନ ଧରି ମା’ଙ୍କ ସହିତ କଥା ନହୋଇ ପାରିବାରୁ ସେମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ସେମାନେ ତାଙ୍କ ସମ୍ପର୍କୀୟଙ୍କୁ ଫୋନ କରିଥିଲେ । କିନ୍ତୁ ସେମାନେ ତାଙ୍କ ଘରକୁ ଯାଇ ପଚାରିବାରୁ ତାଙ୍କ ପତ୍ନୀ ଘରେ ନାହାନ୍ତି ଦୁବାଇ ଯାଇଛନ୍ତି ବୋଲି କହିଥିଲେ ସୋମନାଥ। ସୋମନାଥଙ୍କ ଏହି କଥା ଆହୁରି ରହସ୍ୟ ସୃଷ୍ଟି କଲା । ସନ୍ଦେହ କରି ସେମାନେ ଘରର ଝରକା ଭାଙ୍ଗି ଦେଇଥିଲେ। ଘରୁ ଦୁର୍ଗନ୍ଧ ବାହାରିବାରୁ ସେମାନେ ପୋଲିସକୁ ଖବର ଦେଲେ। ପରେ ପୋଲିସ ଆସି ଘରର ମୁଖ୍ଯ ଦ୍ବାର ଭାଙ୍ଗିଲା ଆଉ ପର୍ଦ୍ଦାଫାସ୍‌ ହେଲା ଏହି ଜଘନ୍ୟ କାଣ୍ଡର । ସୋମନାଥ ତାଙ୍କ ଧର୍ମପତ୍ନୀଙ୍କୁ ୩୦୦ ଖଣ୍ଡ କରି ରାସାୟନିକ ପଦାର୍ଥ ଦେଇ ତାକୁ ୨୨ଟି ଷ୍ଟିଲ ଟିଫିନ ବକ୍ସରେ ରଖିଥିଲେ । ସେ ସବୁ ଟିପିନ୍‌ ବକ୍ସ ରଖା ଯାଇଥିଲାଏକ ଟ୍ରଙ୍କ ଭିତରେ । ପୋଲିସ ସୋମନାଥଙ୍କୁ ଗିରଫ କରିଥିଲା।

DEADBODY-1ତଦନ୍ତ ପରେ ପୋଲିସ ପକ୍ଷରୁ ୭୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଯାଇଛି। ଏହି ଚାର୍ଜସିଟରେ ଉଲ୍ଲେଖ ରହିଛି, ସୋମନାଥ ନିଜ ପତ୍ନୀ ଉଷାଶ୍ରୀଙ୍କ ମୁଣ୍ଡକୁ ଷ୍ଟିଲ ଟର୍ଚ୍ଚରେ ଆଘାତ କରି ହତ୍ଯା କରିବା ପରେ ଖଣ୍ଡ ଖଣ୍ଡ କରି କାଟିଥିଲେ । ପୁଣି ପୋଲିସ ୨୨ ଜଣ ସାକ୍ଷୀ ମଧ୍ୟରୁ

MAJORE -2

ଅଭିଯୁକ୍ତ ସୋମନାଥଙ୍କ ପୁଅ, ଝିଅ, ପଡୋଶୀ, ନିକଟସ୍ଥ ଓମଫେଡ ଷ୍ଟଲର ମାଲିକଙ୍କ ସମେତ ଅନେକ ସାକ୍ଷୀଙ୍କୁ କୋର୍ଟରେ ହାଜର କରାଇଥିଲା । ହେଲେ ଏପର୍ଯ୍ଯନ୍ତ ଡାକ୍ତର ସୋମନାଥଙ୍କୁ ଦୋଷୀ ସାବ୍ଯସ୍ତ କରାଯାଇ ପାରିନାହିଁ। ଏହାଛଡା ହତ୍ଯାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ଅନୁମାନ କରାଯାଉଛି, ନିଜର ମାନସିକ ବିକୃତି କିମ୍ବା ଅତ୍ୟନ୍ତ କ୍ରୋଧ ଯୋଗୁଁ ସୋମନାଥ ପରିଡ଼ା ପତ୍ନୀଙ୍କୁ ହତ୍ୟା କରିଥାଇ ପାରନ୍ତି ।

ସେପଟେ ଏବେ ଝାରପଡ଼ା ଜେଲ୍‌ ହେଉଛି ସୋମନାଥଙ୍କ ବାସ ସ୍ଥାନ । ସେଠାରେ ସେ ଅନ୍ତେବାସୀଙ୍କ ଚିକିତ୍ସା କରୁଥିବା ମଧ୍ୟ ସୂଚନା ମିଳିଛି । ଏପଟେ ନୂଆପଲ୍ଲୀ ସ୍ଥିତ ତାଙ୍କ ଘର ଅନେକ ଦିନ ଧରି ଅପନ୍ତରା ହୋଇ ପଡ଼ି ରହିଥିଲା । ଏମିତିକି ଆଖାପାଖ ଲୋକେ ସେଠାକୁ ଯିବା ପାଇଁ ମଧ୍ୟ ସାହସ କରୁନଥିଲେ । ଘର ବିଷୟରେ ଅନେକ କଥା ଶୁଣିବାକୁ ମିଳୁଥିଲା । ଏବେ ଏହି ଘର ନୂଆ କରି ରଙ୍ଗ ହୋଇଛି । ତେବେ ସୋମନାଥ ପରିଡ଼ାଙ୍କ ଭାଗ୍ୟ ଏବେବି କୋର୍ଟରେ ଚାଲିଥିବା ପତ୍ନୀ ହତ୍ୟା ମାମଲାରେ ଝୁଲୁଛି ।

ଭୁବନେଶ୍ୱରରୁ ରାଜାଙ୍କ ରିପୋର୍ଟ, କେ ନ୍ୟୁଜ୍‌ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.