କିଟ୍‌ ଓ କିସ୍‌ ପକ୍ଷରୁ ଉତ୍କଳ ଦିବସ ପାଳିତ: ଉତ୍କଳର ବରପୁତ୍ରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ କରାଗଲା ସାମୂହିକ ବନ୍ଦେ ଉତ୍କଳ ଜନନୀ ଗାନ

କେନ୍ୟୁଜ୍(ବ୍ୟୁରୋ): କିଟ୍‌ ଓ କିସ୍‌ ପକ୍ଷରୁ ଆଜି ଉତ୍କଳ ଦିବସ ପାଳନ ହୋଇଛି । ଏଥିରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, କିଟ୍‌ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କିସ୍‌ ବିଶ୍ଵବିଦ୍ୟାଳୟ କୁଳପତି ଡ. ଦୀପକ ବେହେରା, କିଟ୍‌ ଉପ କୁଳପତି ପ୍ରଫେସର ଶରଣଜିତ୍‌ ସିଂ, କିମ୍‌ସ ଉପ କୁଳପତି ଡାକ୍ତର ସି.ବି.କେ ମହାନ୍ତି, ନ୍ୟାସ୍‌ନାଲ ମଡର୍ଣ୍ଣ ଆର୍ଟ ଗାଲେରୀର ଡାଇରେକ୍ଟର ଜେନେରାଲ୍‌ ଅଦ୍ୱୈତ ଗଡ଼ନାୟକଙ୍କ ସମେତ କିଟ୍‌ ଓ କିସ୍‌ର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଅତିିଥିମାନେ ଉତ୍କଳର ବରପୁତ୍ରଙ୍କର ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ସେମାନଙ୍କର ସ୍ମୃତିଚାରଣ କରିଥିଲେ ।

ଉତ୍କଳ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋଚନା କରିଥିଲେ । ଓଡ଼ିଆ ଭାଷା ସଂସ୍କୃତିର ବିକାଶ ଦିଗରେ କିଟ୍‌ ଓ କିସ୍‌ର ଭୂମିକା ଉପରେ ଆଲୋଚନା ହୋଇଥିଲା ।

ଓଡ଼ିଶାକୁ ଆହୁରି ଆଗକୁ ନେବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ପାଇଁ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଆହ୍ଵାନ ଦେଇଥିଲେ । ଏହି ଅବସରରେ ସାମୂହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଶେଷରେ କିଟ୍‌ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନରଂଜନ ମହାନ୍ତି ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.