ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଓଡ଼ିଶା ଆର୍କିଟେକ୍ଟ୍ରସ୍‌ ଓଡ଼ିଶା ଚାପ୍ଟର ପକ୍ଷରୁ ଉତ୍କଳ ଦିବସ ପାଳିତ

ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଓଡ଼ିଶା ଆର୍କିଟେକ୍ଟ୍ରସ୍‌ ଓଡ଼ିଶା ଚାପ୍ଟର ପକ୍ଷରୁ ମହା ଆଡମ୍ବରରେ ଉତ୍କଳ ଦିବସ ପାଳିତ। ବହୁ ସିନେ ତାରକାଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଆଇଆଇଏ ସଭାପତି ସିଆର ରାଜୁ । ଏହାସହ ୧୦୦ରୁ ଉର୍ଦ୍ଧ୍ୱ ଆର୍କିଟେକ୍ଟ ଯୋଗଦେଇଥିଲେ ।

ଏହି ଅବସରରେ ଆଇଆଇଏ ଓଡ଼ିଶା ଚାପ୍ଟର ପକ୍ଷରୁ ଛାତ୍ରଛାତ୍ରୀଙ୍କ ଶ୍ରେଷ୍ଠ ପ୍ରଦର୍ଶନକୁ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ଶିକ୍ଷାର୍ଥୀ ପୁରସ୍କାର ପିଲୁ ମୋଦି କଲେଜ ଅଫ୍‌ ଆର୍କିଟେକ୍ଟର ଛାତ୍ର ଆର୍କିଟେକ୍ଟ ଅଭିଷେକ ରାଓ, କିଟ୍‌ ବିଶ୍ୱବିଦ୍ୟାଳୟ ଆର୍କିଟେକ୍ଟ ସ୍ନେହ ପ୍ରଧାନ, ଏନଆଇଟି ରାଉରକେଲାର ଆର୍କିଟେକ୍ଟର ପୁରୁଷୋତ୍ତମ ନନ୍ଦଙ୍କୁ ଦିଆଯାଇଛି।

ଏହାସହ ଯୋଗ ଓ ରେକି ଅଧିବେଶନର ସଫଳତା ପାଇଁ ଯୋଗ ବିଷାରଦ ଆର୍କିଟେକ୍ଟ ଅଭିଷେକ ମହାନ୍ତି ଓ ରେକି ମାଷ୍ଟର କିଟ୍‌ ବିଶ୍ୱବିଦ୍ୟାଳୟର ପ୍ରିୟଙ୍କା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.