ବେଙ୍ଗାଲୁରୁ ଓଡ଼ିଆ ସଂଗଠନ ଓଡ଼ିଶା ସେବା ସମିତି ପକ୍ଷରୁ ଧୁମ୍‌ଧାମ୍‌ରେ ଉତ୍କଳ ଦିବସ ପାଳିତ

ବେଙ୍ଗାଲୁରୁ (କେନ୍ୟୁଜ୍‌) : ଓଡ଼ିଶା ବାହାରେ ରହିଲେ ସୁଦ୍ଧା ପ୍ରବାସୀ ଓଡ଼ିଆମାନେ ଭୁଲି ନାହାନ୍ତି ନିଜ ପରମ୍ପରା ଓ ସଂସ୍କୃତିକୁ, ତା ସହିତ ରାଜ୍ୟ ପ୍ରତି ସମ୍ମାନ ଓ ଶ୍ରଦ୍ଧାକୁ। ସେହିଭଳି ବେଙ୍ଗାଲୁରୁରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି ଉତ୍କଳ ଦିବସ । ଚଳିତ ବର୍ଷ କରୋନା କଟକଣା ନଥିବାରୁ ବେଶ ଉତ୍ସାହର ସହ ପାଳନ କରାଯାଇଛି ଉତ୍କଳ ଦିବସ । ବେଙ୍ଗାଲୁରୁ ଓଡ଼ିଆ ସଂଗଠନ ‘ଓଡ଼ିଶା ସେବା ସମିତି’ ପକ୍ଷରୁ ପାଳିତ ହୋଇଛି ଉତ୍କଳ ଦିବସ ।

ଏଠାକାର ଜଣାଶୁଣା ସାମାଜିକ ଅନୁଷ୍ଠାନ ହେଉଛି ଓଡ଼ିଶା ସେବା ସମିତି । ଐହି ସଂଗଠନର ଆୟୋଜନରେ ବେଙ୍ଗାଲୁରୁ ଏସ୍‌ଏଲ୍‌୍‌ଏନ ଭବନ ପରିସରରେ ପାଳିତ ହୋଇଛି ଓଡ଼ିଶା ଦିବସ । ବନ୍ଦେ ଉତ୍କଳ ଜନନୀ ସଙ୍ଗୀତରୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ପରେ କୁନି କୁନି ପ୍ରତିଭାମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । ପିଲାମାନେ ରାମ ରାମ ଭଜନ ଓ ସମ୍ବଲପୁରୀ ନୃତ୍ୟ ସହିତ ଓଡିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ ।
ଏଥି ସହିତ କାର୍ଯ୍ୟକ୍ରମରେ ଡ୍ରଇଂ ପ୍ରତିଯୋଗିତାରେ କୁନି କୁନି ପିଲାମାନେ ଭାଗ ନେଇଥିଲେ ।

BENGALURU ODIA

ଆୟୋଜକ ଆଦିତ୍ୟ କୁମାର ପାଢୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ କାର୍ଣ୍ଣାଟକର ପୂର୍ବତନ ଡିଜିପି ଶଙ୍କର ବଦରାଇ, କୃଷକ ସମାଜ ନବଦେଲିର କାର୍ଣ୍ଣାଟକ ରାଜ୍ୟ ସଭାନେତ୍ରୀ ମାଣିକ୍ୟ ଚିଲୁର,ସିଲିକନ ସିଟି କଲେଜର ଚେୟାରମ୍ୟାନ ଡ. ଏଚ୍‌ଏମ ଚନ୍ଦ୍ରଶେଖର, ଲେଖିକା ଇଂ ଅବନ୍ତିକା ମଲିକ, ଓ୍ଵିପ୍ରୋ ଗ୍ଲୋବାଲ୍‌ ମୁଖ୍ୟ ସୂର୍ଯ୍ୟ ପ୍ରକାଶ ମହାପାତ୍ର, ରାଜ କୁଇନ ୨୦୨୧ ବିଜେତା କ୍ରିଷ୍ଣା ସାହୁ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ରେ ଓଡ଼ିଶା, କାର୍ଣ୍ଣାଟକ ରାଜ୍ୟ ସମେତ ଅନ୍ୟାନ୍ୟ ରାଜ୍ୟ ଓ ବିଦେଶରେ ସାମାଜିକ ସେବା କ୍ଷେତ୍ରରେ କର୍ଯ୍ୟ କରୁଥିବା ସାମାଜିକ ଆହ୍ୱାନ ଫାଉଣ୍ଡେସନ, ଆଇଭିଏଫ, ଜନ କଲ୍ୟାଣ ସମିତି, ବଙ୍ଗୀୟ ସମାଜ ବେଙ୍ଗାଲୁରୁ ଅନୁଷ୍ଠାନ ଗୁଡିକୁ ସାମାଜିକ ସେବା ପାଇଁ ସମ୍ମାନିତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ପ୍ରାୟ ୫୦୦ରୁ ଅଧିକ ଓଡ଼ିଆ ଉପସ୍ଥିତ ଥିଲେ । ବେଙ୍ଗାଲୁରୁର ପ୍ରସିଦ୍ଧ ଓଡ଼ିଆ ମିଷ୍ଟାନ୍ନ ଭଣ୍ଡାର ଓମ୍‌ ସୁଇଟ ପକ୍ଷରୁ ସମସ୍ତଙ୍କୁ ଓଡ଼ିଶାର ଲୋକପ୍ରିୟ ରସଗୋଲା ଓ ଛେନପୋଡ଼ ବଣ୍ଟନ କରାଯାଇଥିଲା । ଓଡ଼ିଆ ଖାଦ୍ୟ ସାଙ୍ଗକୁ ଓଡ଼ିଆ ମିଠା ଓଡ଼ିଶା ଦିବସରେ ଖାଇ ବେଶ ଖୁସି ହୋଇଥିଲେ ପ୍ରବସୀ ।

Leave A Reply

Your email address will not be published.