ରାଜ ଭବନ ପରିସରରେ ‘ଉତ୍କଳ ଜନନୀ ସଙ୍ଗୀତ’ ଉନ୍ମୋଚନ: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କରିଛନ୍ତି କଣ୍ଠଦାନ

କେନ୍ୟୁଜ୍(ବ୍ୟୁରୋ): ଉତ୍କଳ ଦିବସ ଉପଲକ୍ଷେ ରାଜ ଭବନ ପରିସରରେ ‘ଉତ୍କଳ ଜନନୀ ସଙ୍ଗୀତ’ ଉନ୍ମୋଚନ କାର୍ଯ୍ୟକ୍ରମ । ଏହି ସଂଗୀତରେ କଣ୍ଠଦାନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ହ୍ୟୁମାନ ସାଗର ଓ ଦୀପ୍ତିରେଖା । ରାଜଭବନ ପରିସର ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏହାକୁ ଉନ୍ମୋଚନ କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଓ ଏହାକୁ ରଚନା କରିଛନ୍ତି ବିଜୟ ମଲ୍ଲ ।

କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉତ୍ସବରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପତ୍ର, ବିଶିଷ୍ଟ ବଂଶୀବାଦକ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.