ମିଶନଶକ୍ତି ମା’ଙ୍କ ପାଇଁ ଜୀବନ ଜୀବିକା ‘ଉତ୍କଳ କିଚେନ’

ସୁନ୍ଦରଗଡ(କେନ୍ୟୁଜ୍): ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ରାଜ୍ଯ ସରକାର ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପ୍ରକାରର ସହାୟତା ଯୋଗାଇଦିଅ।ଯାଉଛି। ଲକ୍ଷ ଲକ୍ଷ ମହିଳା ନିଜେ ସ୍ବାବଲମ୍ବୀ ହେବା ସହ ନିଜ ପରିବାରର ଅ।ର୍ଥିକ ଅବସ୍ଥାରେ ପରିବର୍ତ୍ତନ ଅ।ଣିପାରୁଛନ୍ତି। ଏହି ପ୍ରୟାସକୁ ଆହୁରୀ ଆଗକୁ ବଢିବା ଲକ୍ଷରେ ସୁନ୍ଦରଗଡ଼ ଜିଲ୍ଲାରେ ଖୋଲିଛି ଉତ୍କଳ କିଚେନ। ମିଶନ ଶକ୍ତିର ମହିଳା ମାନେ ଏଠାରେ ଖାଦ୍ୟ ପ୍ରସ୍ତୃତ କରିବା ସହ ଲୋକଙ୍କୁ ସ୍ବାଦିଷ୍ଠ ଖାଦ୍ୟ ପରିବେଷଣ କରୁଛନ୍ତି । ଅ।ଉ ରୋଜଗାର କରିପାରୁଛନ୍ତି ଦୁଇ ପଇସା ।

ସୁନ୍ଦରଗଡ଼ ଜିଲ୍ଲାର ବ୍ଲକ୍‌ ସଦର ମହକୁମା ଗୁଡ଼ିକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଜନସାଧାରଣଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ଖୋଲାଯାଇଛି ‘ଉତ୍କଳ କିଚେନ’ । ପାଇଲଟ୍‌ କାର୍ଯ୍ଯକ୍ରମ ଭାବେ କୁଆରମୁଣ୍ଡା ବ୍ଲକରେ ଜିଲ୍ଲାର ପ୍ରଥମ ‘ଉତ୍କଳ କିଚେନ୍‌’ ଖୋଲିଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଏହି ଭୋଜନାଳୟରେ ସ୍‌ୱାସ୍ଥ୍ୟକର ପରିବେଶ ସହିତ ଉଚିତ ମୂଲ୍ଯରେ ସକାଳ ଓ ସନ୍ଧ୍ୟ୍ରା ଜଳଖିଆ ତଥା ମଧ୍ୟାହ୍ନ ଭୋଜନ ମିଳୁଛି। କୁଆରମୁଣ୍ଡା ବ୍ଲକ ପାଇଁ ସାଇଶ୍ରଦ୍ଧା ମହିଳା ସ୍‌ୱୟଂ ସହାୟକ ଗୋଷ୍ଠୀକୁ ‘ଉତ୍କଳ କିଚେନ’ ପରିଚାଳନା ଦାୟିତ୍ୱ ଦିଆଯାଇଛି। ଓଡ଼ିଶା ଜୀବିକା ମିଶନ ଅଧୀନରେ ଏହି କାର୍ଯ୍ଯ ପରିଚାଳନା କରାଯାଉଛି। ଏଭଳି ଅଣପାରମ୍ପରିକ କାମରେ ମିଶନ ଶକ୍ତିର ମା’ମାନଙ୍କୁ ନିୟୋଜିତ କରି ସେମାନଙ୍କ କାର୍ଯ୍ଯ ପରିସରକୁ ବ୍ଯାପକ କରିବା ସହ ଜୀବିକାକୁ ସୁନିଶ୍ଚିତ କରାଯାଉଛି। ଏଥିରେ ଏହି ଗୋଷ୍ଠିର ସଦସ୍ଯା ମାନେ ମାସିକ ଭଲ ରୋଜଗାର କରିବା ସହ ଲୋକଙ୍କ ପ୍ରିୟଭାଜନ ହୋଇପାରୁଛନ୍ତି। ଘରେ ରାନ୍ଧି ଘର ଲୋକଙ୍କୁ ଦେଉଥିଲେ ମାତ୍ର ଏଠି ଯେଉଁ ମାନେ ଅ।ସୁଛନ୍ତି ସମସ୍ତଙ୍କୁ ଭଲଭାବରେ ଖାଦ୍ୟ ଦେଇପାରୁଥିବାରୁ ବେଶ ଖୁସି ଥିବା କହିଛନ୍ତି ସ୍‌ୟଂ ସହାୟକ ଗୋଷ୍ଠିର ସଦସ୍ଯା। ଏହା ଛଡା ସକାଳେ ଓ ସଂଧ୍ୟାରେ ଜଳଖିଅ। ସାଙ୍ଗକୁ ଖାଦ୍ୟ ମିଳୁଥିବାରୁ ବିଭିନ୍ନ କାର୍ଯ୍ଯାଳୟକୁ ଅ।ସୁଥିବା ଲୋକେ ଏହା ଉପରେ ର୍ନିଭର କରୁଛନ୍ତି ବୋଲି କହିଛନ୍ତି କୁଅ।ରମୁଣ୍ଡା ବିଡିଓ।

କୁଆରମୁଣ୍ଡା ବ୍ଲକ୍‌ ପରିସରରେ ଥିବା ଉତ୍କଳ କିଚେନରେ ସକାଳ ଓ ଅପରାହ୍ଣ ଜଳଖିଆ ସହିତ ଦିପହରେ ମଧ୍ୟାହ୍ନ ଭୋଜନ ମିଳୁଛି। ଆବଶ୍ଯକସ୍ଥଳେ କିମ୍ବା ଅର୍ଡର ଅନୁଯାୟୀ ଏସଏଚଜି ମା’ମାନେ ରାତ୍ରିଭୋଜନ ମଧ୍ୟ ପ୍ରସ୍ତୁତ କରୁଛନ୍ତି। ସପ୍ତାହରେ ୬ ଦିନ (ରବିବାରକୁ ଛାଡ଼ି) ସକାଳ ୮ଟାରୁ ସନ୍ଧ୍ୟ୍ରା ୭ଟା ପର୍ଯ୍ଯନ୍ତ ଏହି କିଚେନ୍‌ ଖୋଲାରହୁଛି। ଏଠାରେ ଜଳଖିଆରେ ବରା, ଆଳୁଚପ, ଇଡଲି ଆଦି ମିଳୁଥିବା ବେଳେ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି, ତରକାରି, ଚିପ୍ସ, ଭଜା, ଶାଗ ସହିତ ଆମିଷ ମଧ୍ୟରେ ମାଛ, ଚିକେନ ଓ ଅଣ୍ଡାରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ମିଳୁଛି। ଅପରାହ୍ନରେ ଚା’, କଫି ଓ ପକଡ଼ି ଆଦି ତିଆରି କରାଯାଉଛି। ‘‘ଉତ୍କଳ କିଚେନରେ କମ୍‌ ମୂଲ୍ଯରେ ଏବଂ ସ୍‌ୱାସ୍ଥ୍ୟକର ପରିବେଶ ଭିତରେ ଭଲ ଖାଇବା ମିଳୁଛି।

ପ୍ରଥମ ପର୍ଯ୍ଯାୟରେ କୁଆରମୁଣ୍ଡାରେ ଏହି ଭଳି ଏକ ପ୍ରୟାସ କରାଯାଇଛି। ଓଡ଼ିଶା ମିନେରାଲ ବିୟରିଂ ଏରିଆଜ୍‌ ଡେଭଲପମେଣ୍ଟ କର୍ପୋରେସନ ବା ଓମ୍ବାଡସି ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏଥିରେ ଥିବା ସଦସ୍ଯା ମାନେ ମଧ୍ୟ ପର୍ଯ୍ଯାୟକ୍ରମେ ଜିଲ୍ଲାର ଅନ୍ଯ ୧୬ଟି ବ୍ଲକରେ ଏହି ଭୋଜନାଳୟ ଖୋଲିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ମହିଳା ସ୍‌ୱୟଂ ସହାୟକ ଗୋଷ୍ଠୀର ସଦସ୍ଯାମାନେ ଆଗରୁ ବଡ଼ି, ପାମ୍ପଡ଼, ଆଚାର ଆଦି ପ୍ରସ୍ତୁତିରେ ସୀମିତ ରହୁଥିଲେ। କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାରେ ସେମାନଙ୍କୁ ବିଭିନ୍ନ ନୂଆ କାମରେ ନିୟୋଜିତ କରାଯାଉଛି। ଉତ୍କଳ କିଚେନ ପରିଚାଳନା ଏବେ ସେମାନଙ୍କ ଜୀବିକା ପାଇଁ ଭଲ ସୁଯୋଗ ସୃଷ୍ଟି କରିଛି ଅ।ଗାମୀ ଦିନରେ ଜିଲ୍ଲାର ସମସ୍ତ ବ୍ଲକରେ ଏହି ଭଳି କାର୍ଯ୍ଯକ୍ରମ କରାଯିବ ବୋଲି କହିଛନ୍ତି ।

କୁଆରମୁଣ୍ଡା ପରେ ଜିଲ୍ଲାର ଅନ୍ଯ ୧୬ଟି ବ୍ଲକର ସଦରମହକୁମାରେ ଉତ୍କଳ କିଚେନ ଖୋଲିବା ଲାଗି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛି। ଏହି ୧୭ଟି ଭୋଜନାଳୟ ଚାଲିଲେ ୧୫୦ରୁ ଅଧିକ ମହିଳାଙ୍କ ପରିବାର ସିଧାସଳଖ ଭାବେ ଜୀବିକା ପାଇପାରିବେ। ସେହିଭଳି ଏହି କାର୍ଯ୍ଯକ୍ରମ ଫଳରେ ପ୍ରତିଦିନ ୨ ହଜାରରୁ ୨୫୦୦ ବ୍ଯକ୍ତି ଭୋଜନ କରିବାର ସୁବିଧା ପାଇପାରିବେ।

Leave A Reply

Your email address will not be published.