ରାଜଧାନୀବାସୀଙ୍କୁ ମିଠା ଖୁଆଇବେ ରସଗୋଲା ବ୍ୟବସାୟୀ, ଜି.ଆଇ ଟ୍ୟାଗ୍ ମିଳିବା ଖୁସିରେ ବାଣ୍ଟିବେ ୫୦ ହଜାର ମିଠା

ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ ମିଳିଥିବାରୁ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସଂଘ ପକ୍ଷରୁ ଆସନ୍ତା ୧୯ ତାରିଖ ଦିନ ଭୁବନେଶ୍ୱର ଜୟଦେବଭବନରେ ଏକ ବଡ କାଯ୍ୟର୍କ୍ରମ ହେବ । ଏଥିରେ ଏମଏସଏମଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗ ଦେବେ । ରାଜ୍ୟରେ ମିଷ୍ଟାନ୍ନ ବ୍ୟବସାୟ ସହ ଜଡିତ ଦୁଗ୍‌ଧ ଚାଷୀ, ଛେନା ବ୍ୟବସାୟୀ କିପରି ଉପକୃତ ହେବେ ତା ଉପରେ ଆଲୋଚନା କରାଯିବ । ଏହାସହ ବ୍ୟବସାୟୀ ସଂଘ ପକ୍ଷରୁ ୧୯ ତାରିଖ ଦିନ ୫୦ ହଜାର ମିଷ୍ଟାନ୍ନ ବଣ୍ଟନ କରାଯିବ ବୋଲି ଏହାର ସଭାପତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.