ଗଜପତି: ଆନ୍ଧ୍ର ଓ ଓଡିଶା ସୀମା ବିବାଦକୁ ନେଇ ଉତ୍କଳ ସମ୍ମିଳନୀ ଗଜପତି ଶାଖା ପକ୍ଷରୁ ଜିଲ୍ଲାପାଳଙ୍କୁ ୮ଦଫା ଦାବି ପତ୍ର ପ୍ରଦାନ

ଗଜପତି(କେନ୍ୟୁଜ୍): ମାଣିକପାଟଣାରେ ଆନ୍ଧ୍ର,ଓଡିଶା ସୀମା ବିବାଦକୁ ନେଇ ପ୍ରତିବାଦର ସ୍ବର ଶାଣିତ ହେବାରେ ଲାଗିଛି। ଗଜପତି ଜିଲ୍ଲାପାଳଙ୍କୁ ଉତ୍କଳ ସମ୍ମିଳନୀ ଗଜପତି ଶାଖା ପକ୍ଷରୁ ଆଜି  ସଂନ୍ଧ୍ୟାରେ  ଏକ ୮ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଓଡିଶା ପାଇଁ ଲଢୁଥିବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସୁରକ୍ଷା ପ୍ରଦାନ, ମାଣିକପାଟଣା ଗ୍ରାମରେ ପୋଲିସ ଫାଣ୍ଡି ନିର୍ମାଣ ଓ ସମସ୍ତ ମୌଳିକା ସୁବିଧା ଦେବାକୁ ଦାବି କରିବା ସହ ଆନ୍ଧ୍ର ମନ୍ତ୍ରୀଙ୍କ ଦାଦାଗିରିକୁ ନିନ୍ଦା କରିଛନ୍ତି।

ଏପରି ଘଟଣା ଓଡିଶାର ଅସ୍ମିତାକୁ କଠୋର ଆଘାତ କରିଥିବା କହିଛି ଉତ୍କଳ ସମ୍ମିଳନୀ। ତେବେ ଏହି ପ୍ରତିବାଦକୁ ନେଇ ଗଜପତି ଜିଲ୍ଲାପାଳ କୌଣସି ପତିକ୍ରୀୟା ଦେବାକୁ ମନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.