ଭିଜିଲାନ୍ସ ଜାଲରେ ଉତ୍କଳ ବିଶ୍ୱବିଦ୍ୟାଳୟ DDCE କର୍ମଚାରୀ, ୫ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ମଚାରୀ । ଉତ୍କଳ ବିଶ୍ୱବିଦ୍ୟାଳୟ DDCE କର୍ମଚାରୀ ଅଶୋକ ମିଶ୍ର ଭିଜିଲାନ୍ସ ଜାଲରେ । ଅଶୋକ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର ପାଣ୍ଡରା ଅଞ୍ଚଳରେ ଦୁଇ ମହଲା ଘର ରହିଛି ।

ସେହିଭଳି ପଟିଆ ପ୍ରଶାନ୍ତି ବିହାରରେ ରହିଛି ଦୁଇ ମହଲା କୋଠା । ଏଠାରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି । ଏହାସହ ବାଣୀବିହାର କ୍ୱାଟର, ଉତ୍କଳ ବିଶ୍ୱିଦ୍ୟାଳୟ ଅଫସି ଓ ଡିଡିସିଇ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ହୋଇଛି । ଏହାସହ ପୈତୃକ ଘରେ ମଧ୍ୟ ଟିମ୍‌ ରେଡ୍‌ କରିଛି । କଳିଙ୍ଗ ନଗରରେ ମଧ୍ୟ ଏକ ଦୁଇ ମହଲା ଘର ରହିଛି । ଅଶୋକ ମିଶ୍ରଙ୍କ ଠାରୁ ନଗଦ ୩ ଲକ୍ଷ ୫୫ ହଜାର ଟଙ୍କା ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.