ଆଜିଠାରୁ ପାଳନ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବଲି ଉତ୍ସବ

ଭୁବନେଶ୍ବର: ଆଜିଠାରୁ ପାଳନ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବଲି ଉତ୍ସବ। ବାଣୀବିହାରର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ୨୩ତାରିଖରୁ ୨୭ ତାରିଖ ଯାଏ ପ୍ଲାଟିନମ ଜୁବଲି ପାଳନ ହେବ। ଏଥିପାଇଁ ନୂଆରୂପରେ ସଜେଇ ହୋଇଛି ବାଣୀବିହାର। ରଙ୍ଗୀନ ଆଲୋକମାଳାରେ ବିଶ୍ୱବିଦ୍ୟାଳୟକୁ ସଜେଇ ଦିଆଯାଇଛି। ବାଣୀବିହାରର ମୁଖ୍ୟ ଫାଟକ ଠାରୁ ଆରମ୍ଭ କରି ପାଠାଗାର, ପ୍ରଶାସନିକ ବିଭାଗ, ସମସ୍ତ ବିଭାଗ ଏବଂ ସମସ୍ତ ଛାତ୍ରାବାସକୁ ମଧ୍ୟ ସଜା ଯାଇଛି।

ପୂର୍ବାହ୍ନରେ ଉତ୍କଳ କନେକ୍ଟକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ବିଜୁ ପଟ୍ଟନାୟକ ଷ୍ଟାଡ଼ିୟମରେ ଦଶହଜାର ଲୋକ ବସିବା ଭଳି ବ୍ୟବସ୍ଥା କରାଯାଇଛି। ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଲାଗି ପଡ଼ିଛନ୍ତି ପୁରାତନ ଛାତ୍ରଛାତ୍ରୀ। ଆସନ୍ତାକାଲି ବାଣୀବିହାରର ପୁରାତନ ଛାତ୍ରଛାତ୍ରୀମାନଙ୍କର ମହାମିଳନ ପର୍ବ ରହିଛି। ୨୫ ତାରିଖରେ ଅଭିଭାବକ, ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ୨୭ତାରିଖରେ ପାଳନ ହେବ ବାଣୀବିହାର ପ୍ରତିଷ୍ଠା ଦିବସ। ରାଜ୍ୟପାଳ ଡ. ଗଣେଶୀ ଲାଲ ଏଥିରେ ଯୋଗ ଦେବା ସବ ଆନ୍ତର୍ଜାତିକ କାର୍ଯ୍ୟାଳୟ ୱେବସାଇଟର ଉଦଘାଟନ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.