ଅଗଷ୍ଟ ୫ରୁ ଉତ୍କଳ ବିଶ୍ୱବିଦ୍ୟାଳୟର ୟୁଜି ଅନଲାଇନ୍‌ ପରୀକ୍ଷା, ଜୁଲାଇ ୧୨ରୁ ୨୨ ମଧ୍ୟରେ ଫର୍ମ ପୂରଣ

ଭୁବନେଶ୍ବର(କେନ୍ଯୁଜ୍): ଅଗଷ୍ଟ ୫ରୁ ଉତ୍କଳ ବିଶ୍ୱବିଦ୍ୟାଳୟର ୟୁଜି ଅନଲାଇନ୍‌ ପରୀକ୍ଷା । ପ୍ରଥମ, ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟର ବ୍ୟାକ୍‌ପେପର ପରୀକ୍ଷା ଅଗଷ୍ଟ ୧୩ରୁ ଆରମ୍ଭ ହେବ । ଜୁଲାଇ ୧୨ରୁ ୨୨ ମଧ୍ୟରେ ଫର୍ମ ପୂରଣ ହେବ । ଅଗଷ୍ଟ ୨୮ସୁଦ୍ଧା ପରୀକ୍ଷା ସରିବ । ୮୦ ନମ୍ବରର ହେବ ପରୀକ୍ଷା । ସେପ୍ଟେମ୍ବରର ତୃତୀୟ ସପ୍ତାହ ସୁଦ୍ଧା ଫଳ ପ୍ରକାଶ କରାଯିବ ।

ସମସ୍ତ ଡିଗ୍ରୀ ମହା ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି । ୯ଟି ଜିଲ୍ଲାର ୩ ଶହ ଡିଗ୍ରୀ ମହାବିଦ୍ୟାଳୟକୁ ଗୁଗୁଲ୍‌ ମେଟ୍‌ ଲିଙ୍କ୍‌ ଦିଆଯାଇଛି । ଏହି ଲିଙ୍କ୍‌ ଅଧ୍ୟକ୍ଷମାନେ ବ୍ୟବହାର କରିବେ । ପରୀକ୍ଷାର ଅଧଘଣ୍ଟା ପୂର୍ବରୁ ମହାବିଦ୍ୟାଳୟଗୁଡିକୁ ଅନଲାଇନରେ ପ୍ରଶ୍ନପତ୍ର ଦିଆଯିବ । ଅଧ୍ୟାପକ ମାନେ ପ୍ରଶ୍ନପତ୍ର ଡାଉନଲୋଡ କରି ହ୍ଵାଟସ୍‌ଅପ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପଠାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.