ସଜେଇ ହୋଇଛି ଉତ୍କଳମଣିଙ୍କ ଜନ୍ମ ମାଟି ସୁଆଣ୍ଡୋ: ଆସନ୍ତାକାଲି ଐତିହାସିକ ଗାଁକୁ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଗୋପବନ୍ଧୁଙ୍କ ଜନ୍ମପୀଠ ବିକାଶର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଲୋକମାନଙ୍କ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପିପିଲି (କେନ୍ୟୁଜ): ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଗୋପବନ୍ଧୁଙ୍କ ଜନ୍ମପୀଠ ବିକାଶର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାତି ପାହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକମାନଙ୍କ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପଣ କରିବେ । ଏଭଳି ଅବସରକୁ ନେଇ ଜନ୍ମପୀଠ ସୁଆଣ୍ଡୋ ଉତ୍ସବ ମୁଖର ।

ଅବହେଳିତ ହୋଇ ଦୀର୍ଘ ଦିନ ପଡ଼ି ରହିଥବାବେଳେ ରାଜ୍ୟ ସରକାର ଏବେ ଏହାର ବିକାଶ କାର୍ଯ୍ୟ ହାତକୁ ନେଇ ରୁପାନ୍ତରିତ ସହିତ ଅନେକ ନୂତନ କାର୍ଯ୍ୟ ଆରମ୍ଭ କରିଛନ୍ତି । ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଜନ୍ମପୀଠ ଏନ୍ତୁଡ଼ି ଶାଳ ଏବେ ଜୀବନ୍ୟାସ ପାଇଛି । ଗ୍ରାମରେ ଥିବା ପୁରାତନ ମନ୍ଦିରକୁ ଭଙ୍ଗାଯାଇ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ରାଧା ବିନୋଦ ବିହାରୀ ମନ୍ଦିର ପ୍ରତିଷ୍ଠା କରାଯାଇଛି । ସତ୍ୟବାଦୀ ବାସୀଙ୍କ ପାଇଁ ଏହା ଏକ ଇତିହାସ ସୃଷ୍ଟି କରିବ ବୋଲି ବିଧାୟକ କହିଛନ୍ତି । ସେପଟେ ପଟ୍ଟନାୟକିଆ ଛକ ଠାରେ ସୁଆଣ୍ଡୋ ଗ୍ରାମର ମମତା ସ୍ୱୟଂ ସହାୟିକା ଗୋଷ୍ଠୀର ମା’ ମାନଙ୍କ ଦ୍ୱାରା ମିଶନ ଶକ୍ତି କାଫେ ମାଧ୍ୟମରେ ପର୍ଯ୍ୟଟକମାନଙ୍କ ନିମନ୍ତେ ଖାଦ୍ୟ ପେୟର ବ୍ୟବସ୍ଥା କରାଯିବ ।

ଗୋପବନ୍ଧୁଙ୍କ ଜନ୍ମ ସ୍ଥାନ ନିକଟରେ ନୂ୍‌ତନ ପୁଷ୍ପରିଣୀ ନିର୍ମାଣ କରାଯାଇଛି । ଛୋଟ ଛୋଟ ପିଲାମାନଙ୍କ ପାଇଁ ଶିଶୁ ଉଦ୍ୟାନ ନିର୍ମାଣ କରାଯିବା ସହିତ ଖେଳ ଉପକରଣ ରହିଛି ଯେଉଁଥିରେ ସେମାନେ ଖେଳି ପାରିବେ । ଏହା ସହିତ ଗୋପବନ୍ଧୁଙ୍କ ୧୫ ଫୁଟ ଉଚ୍ଚତାର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ବହୁବିଧ ପାର୍କ ଓ ଗୋପବନ୍ଧୁଙ୍କ ଷଠିଘର ସହିତ ସଂଗ୍ରହାଳୟ କାର୍ଯ୍ୟ ମଧ୍ୟ ସମାପନ ହୋଇଛି । ଆସନ୍ତା କାଲି ଏହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିବା ସହିତ ଏକ ବଡ଼ ଧରଣର ସାଧାରଣ ସଭାରେ ସତ୍ୟବାଦୀ ବାସୀଙ୍କୁ ସମ୍ବୋଧିତ କରିବେ ।

Leave A Reply

Your email address will not be published.