CLAT ରେଜଲ୍ଟରେ ଓଡିଶାରୁ ଟପ୍ପର ହେଲେ ଉତ୍କର୍ଷ ପଣ୍ଡା

କେନ୍ୟୁଜ୍(ବ୍ୟୁରୋ):  ‘କମନ ଲ ଆଡ଼ମିଶନ’ ଟେଷ୍ଟ ବା କ୍ଳାଟ ରେଜଲ୍ଟ  ଗତକାଲି ରାତିରେ ପ୍ରକାଶ ପାଇଛି। ଏଥିରେ ଓଡିଶାରୁ ଟପ୍ପର ହୋଇଛନ୍ତି ଉତ୍କର୍ଷ ପଣ୍ଡା। ମଦର୍ଶ ପବ୍ଲିକ ସ୍କୁଲର ଦ୍ୱାଦଶ ଶ୍ରେଣୀ ଛାତ୍ର ଉତ୍କର୍ଷ କ୍ଳାଟ ପ୍ରବେଶିକା ପରୀକ୍ଷାରେ ମୋଟ ୧୫୦ ରୁ ୧୦୫.୭୫ ନମ୍ବର ରଖିଛନ୍ତି। ଉତ୍କର୍ଷ ଦେଶରେ  ୫୩ ତମ ସ୍ଥାନରେ ଅଛନ୍ତି। ନ୍ୟାସନାଲ ଲ ସ୍କୁଲ ବାଙ୍ଗାଲୋର ରେ ପଢିବାକୁ ଇଚ୍ଛା କରିଛନ୍ତି ଉତ୍କର୍ଷ।

ଗତ ଦୁଇ ବର୍ଷ ହେବ ଏଥିପାଇଁ  ପ୍ରସ୍ତୁତି ଚଳାଇଥିଲେ। ଯୁକ୍ତ ଦୁଇ ବୋର୍ଡ଼ ପରୀକ୍ଷା ବାତିଲ ହେବା ପରେ କ୍ଳାଟ ପାଇଁ ସମ୍ପୂର୍ଣ୍ଣ ରୁପେ ପ୍ରସ୍ତୁତ  ହୋଇଥିଲେ ଉତ୍କର୍ଷ। ହେଲେ କୋରୋନା ସଂକ୍ରମଣରେ ପରୀକ୍ଷାର ଅନିଶ୍ଚିତତା ନେଇ ଦ୍ଵନ୍ଦରେ ରହିଥିଲେ । ଶେଷରେ ଜୁଲାଇ ୨୩ ତାରିଖରେ ଅଫଳାଇନ ମୋଡ଼ରେ ପରୀକ୍ଷା ହୋଇଥିଲା। ୨୮ତାରିଖ ରାତି ୧୨ ଟାରେ ରେଜଲ୍ଟ ପ୍ରକାଶ ପାଇଛି। ଓଡିଶାରୁ ଉତ୍କର୍ଷ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଉତ୍କର୍ଷଙ୍କ ରେଜଲ୍ଟରେ ଖୁସି ପ୍ରକାଶ କରିଛନ୍ତି ତାଙ୍କ ମା।

Leave A Reply

Your email address will not be published.