ଉତ୍ତର ବଙ୍ଗୋପସାଗରର ଲଘୁଚାପ ସୃଷ୍ଟି, ୪୮ ଘଣ୍ଟା ଭିତରେ ଡିପ୍ରେସନରେ ପରିଣତ ହେବ

ଉତ୍ତର ବଙ୍ଗୋପସାଗରର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଏହା ୪୮ ଘଣ୍ଟା ଭିତରେ ଅଧିକ ଘନୀଭୂତ ହୋଇ ଡିପ୍ରେସନରେ ପରିଣତ ହେବ । ପ୍ରଭାବରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଆଜି ରାଜ୍ୟର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୯ ତାରିଖରେ ଉପକୂଳ ଓ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ସେହିପରି ୩୦ ତାରିଖରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ପ୍ରବଳତର ବର୍ଷିବ । ଜୁଲାଇ ୧ ଓ ୨ ତାରିଖରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.