ଉତ୍ତରପ୍ରଦେଶ ଜେଲରେ ଘଟିଲା ଅଘଟଣ: କୁଖ୍ଯାତ ଅପରାଧୀଙ୍କୁ ଗୁଳି କରି ହତ୍ଯା

jogiଉତ୍ତରପ୍ରଦେଶ: ଯୋଗୀ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା। ଉତ୍ତରପ୍ରଦେଶର କୁଖ୍ୟାତ ମାଫିଆ ଡନ୍‌ ପ୍ରେମ୍‌ ପ୍ରକାଶ ସିଂହ ଓରଫ ମୁନ୍ନା ବଜରଙ୍ଗୀଙ୍କୁ ବାଗପତ୍‌ ଜିଲ୍ଲା ଜେଲ ଭିତରେ ଗୁଳି କରି ହତ୍ୟା। ପୂର୍ବତନ ବହୁଜନ ସମାଜ ପାର୍ଟି ବିଧାୟକ ଲୋକେଶ ଦୀକ୍ଷିତଙ୍କୁ ଦାଦା ବଟି ମାଗିବା ମାମଲାରେ ଆଜି ମୁନ୍ନା ବଜରଙ୍ଗୀ କୋର୍ଟରେ ହାଜର ହେବାର ଥିଲା। ଗତକାଲି ତାଙ୍କୁ ଝାନସୀରୁ ବାଗପତ ଅଣାଯାଇଥିଲା। ତେବେ ଜେଲ ପରିସରରେ ତାଙ୍କୁ ଗୁଳିମାରି ହତ୍ୟା କରାଯାଇଛି। ଜେଲରେ ଥିବା ଅପରାଧୀ ସୁନୀଲ ରାଠୀ,  ମୁନ୍ନାଙ୍କୁ ଗୁଳିମାରି ହତ୍ୟା କରିଥିବାର ଅଭିଯୋଗ ହୋଇଛି।

jogiସେପଟେ ମାମଲାର ନ୍ୟାୟିକ ତଦନ୍ତ ସହ ଜେଲରଙ୍କୁ ସସପେଣ୍ଡ କରିବାକୁ ୟୁପି ମଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।ଇତିମଧ୍ୟରେ ଜେଲ ପରିସରରେ ପହଞ୍ଚି ତଦନ୍ତକାରୀ ଟିମ ଛାନଭିନ କରୁଛି। ମୃତ ମୁନ୍ନା ବଜରଙ୍ଗୀ ନାଁରେ ହତ୍ୟା, ଲୁଟ, ଟେଣ୍ଡର ଫିକ୍ସି ଭଳି ବହୁ ସଙ୍ଗୀନ ମାମଲା ଥିଲା। ପୂର୍ବରୁ ମୁନ୍ନାଙ୍କ ଜୀବନ ପ୍ରତି ବିପଦ ଥିବା ତାଙ୍କ ପତ୍ନୀ ସୀମା ସିଂହ ଅଭିଯୋଗ କରିଥିଲେ। ଜେଲ ପରିସରରେ ଏଭଳି ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Leave A Reply

Your email address will not be published.