ନବରଙ୍ଗପୁର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ,ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ

ଗ୍ରାଉଣ୍ଡରେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ । ନବରଙ୍ଗପୁର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ ଅବସରରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ସଂଯୋଗୀକରଣ ସମେତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଫୋକସ୍‌ରେ ରହିଛି ମକା ଉତ୍ପାଦନ ଓ ପ୍ରକ୍ରିୟା କରଣ ୟୁନିଟ୍ ସ୍ଥାପନ ଏବଂ ସତୀଘାଟ ଓ ମାଲିଗାଁ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ । ନବରଙ୍ଗପୁର ବ୍ଲକର ମାଣ୍ଡୋଡୋଙ୍ଗ୍ରି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ।

ନବରଙ୍ଗପୁର(କେନ୍ୟୁଜ୍‌) : ଗ୍ରାଉଣ୍ଡରେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ । ନବରଙ୍ଗପୁର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ ଅବସରରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ସଂଯୋଗୀକରଣ ସମେତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଫୋକସ୍‌ରେ ରହିଛି ମକା ଉତ୍ପାଦନ ଓ ପ୍ରକ୍ରିୟା କରଣ ୟୁନିଟ୍ ସ୍ଥାପନ ଏବଂ ସତୀଘାଟ ଓ ମାଲିଗାଁ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ । ନବରଙ୍ଗପୁର ବ୍ଲକର ମାଣ୍ଡୋଡୋଙ୍ଗ୍ରି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ।

ମନ୍ଦିରର ବିକାଶ ଓ ସଂଲଗ୍ନବର୍ତ୍ତୀ ଅଞ୍ଚଳକୁ ଏକ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ନେଇ ସ୍ଥାନୀୟ ଜନସାଧାରଣ ଓ ଜନପ୍ରତିନିଧିଙ୍କ ସହ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ଆଲୋଚନା କରିଛନ୍ତି । ଏନେଇ ୧୫ ଦିନ ମଧ୍ୟରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଉମରକୋଟ ପ୍ରସିଦ୍ଧ ଐତିହାସିକ ପୋଡ଼ାଗଡ଼ ପରିଦର୍ଶନ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ । ପାହାଡ଼ ଉପରେ ଥିବା ବିଭିନ୍ନ ମନ୍ଦିର ସହ ପୁରାତନ ଧ୍ୱଂସାବଶେଷ ବୁଲି ଦେଖିଛନ୍ତି । ଏହାପରେ ସେଠାରେ ଥିବା ସଂଗ୍ରହାଳୟ ବୁଲି ଦେଖିଥିଲେ । ଉମରକୋଟରେ ଆରଏମସି ୟାର୍ଡ ବୁଲି ଦେଖିଥିଲେ ଫାଇଭଟି ସଚିବ । ମିଶନ ଶକ୍ତି ଗ୍ରୁପଙ୍କ ସହ ଆଲୋଚନା କରିଥିଲେ ।

ଝରିଗାଁ ବ୍ଲକର ସତୀଘାଟ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ମାଲିଗାଁରେ ପ୍ରସ୍ତାବିତ ତେଲ୍ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସ୍ଥଳୀ ପରିଦର୍ଶନ କରିଛନ୍ତି ଭି.କେ ପାଣ୍ଡିଆନ । ପ୍ରକଳ୍ପ ସଂପର୍କରେ ଅଧିକାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ । ପାପଡ଼ାହାଣ୍ଡି ବ୍ଲକରେ ଏସଏସଡି ହାଇସ୍କୁଲ ଓ ଜାମୋରୁଣ୍ଡା ହାଇସ୍କୁଲକୁ ପରିଦର୍ଶନ କରିଛନ୍ତି । ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସହ ବାର୍ତ୍ତାଳାପ କରିଥିଲେ । ଏହାପରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଆହାର କେନ୍ଦ୍ର ଯାଇଥିଲେ ଭିକେ ପାଣ୍ଡିଆନ୍ ।

ସେଠାରେ ଆହାର କିପରି ପ୍ରସ୍ତୁତି କରାଯାଇଛି ସେ ସମ୍ପର୍କରେ ରୋଷେଇ କରୁଥିବା ମହିଳାଙ୍କ ସହ ଆଲୋଚନା କରିଥିଲେ। ପରେ ଟିକେଟ୍ କାଉଣ୍ଟରରୁ ଟିକେଟ ନେଇ ଆହାର କେନ୍ଦ୍ରରେ ଖାଇଥିଲେ। ଖାଦ୍ୟର ମାନ ଓ ଆହାର କେନ୍ଦ୍ରର ପରିଷ୍କାର ପରିଚ୍ଛନ୍ନତା ଦେଖି ସନ୍ତୋଷ ପ୍ରକାଶ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.