କେନ୍ଦ୍ରାପଡ଼ାରେ 5 T ସଚିବ ଭି. କେ. ପାଣ୍ଡିଆନ୍‌, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବାର କଲେ ସମୀକ୍ଷା

କେନ୍ଦ୍ରାପଡ଼ା: ଗ୍ରାଉଣ୍ଡ ଜିରୋରେ 5-T ସଚିବ। ଆଜି କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି 5 T ସଚିବ ଭି. କେ. ପାଣ୍ଡିଆନ୍‌ । କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିଛନ୍ତି । ସ୍ୱାସ୍ଥ୍ୟ ସେବା ନେଇ ରୋଗୀ ଓ ରୋଗୀ ସଂପର୍କୀୟଙ୍କ ସହ ଆଲୋଚନା କରିଛନ୍ତି । ଉପଯୁକ୍ତ ଚିକିତ୍ସା ଏବଂ ଔଷଧ ମିଳୁଛି କି ନାହିଁ ସେନେଇ ପଚାରି ବୁଝିଥିଲେ । ଏଥିସହ ଡାକ୍ତରଖାନାର ଡାକ୍ତର ଅଭାବ ଓ ଭିତ୍ତିଭୂମି ସଂପର୍କରେ ଆଲୋଚନା କରିଥିଲେ । ଗତ ୬ ଦିନ ମଧ୍ୟରେ 5T ସଚିବ ମାଲକାନଗିରି, ଜୟପୁର, ନବରଙ୍ଗପୁରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ କୋରାପୁଟ ମେଡିକାଲ କଲେଜ, ନୂଆପଡ଼ା, କଲାହାଣ୍ଡି ଓ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.