ଅଭିନବ ଢ଼ଙ୍ଗରେ ଦୀପାବଳି ପାଳିଲେ 5-T ସଚିବ ଭି.କେ.ପାଣ୍ଡିଆନ୍‌

ଭୁବନେଶ୍ୱର(କେନ୍ୟୁଜ୍): ଦୀପାବଳିରେ ଅଧିକାରୀମାନେ ବିଭିନ୍ନ ବାଳାଶ୍ରମ ଗସ୍ତ କରି ସେମାନଙ୍କ ସହ ଦୀପାବଳି ପାଳିବାକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କ୍ରମରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ସ୍ପୋର୍ଟସ ହଷ୍ଟେଲ ଅନ୍ତେବାସୀଙ୍କ ସହ ଦୀପାବଳୀ ପାଳିଛନ୍ତି ୫ ଟି ସଚିବ ଭି. କେ. ପାଣ୍ଡିଆନ୍‌ । ଖୁସିର ପର୍ବ ଦୀପାବଳୀରେ ସମସ୍ତଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିଛନ୍ତି ୫ ଟି ସଚିବ ଓ ସ୍ପୋର୍ଟସ କମିନର ଭିନିଲ କ୍ରିଷ୍ଣା । ଦୀପାବଳୀ ଅବସରରେ ୫ ଟି ସଚିବ ହଷ୍ଟେଲର ଛାତ୍ରଛାତ୍ରୀଙ୍କୁ ନିଜ ହାତରେ ମିଠା ପରଷିଥିଲେ । ଏହା ସହ ସେମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.