ଚିକିତ୍ସାଧୀନ ଅବସ୍ଥାରେ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ
ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ । ଚେନ୍ନାଇରେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି ।

ଭୁବନେଶ୍ୱର : ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ । ଚେନ୍ନାଇରେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ସେ ବିଜେଡିର ଜଣେ ବର୍ଷିୟାନ୍ ନେତ୍ରୀ ଥିଲେ। ୧୦ ଥର ବିଧାୟିକା ହୋଇଥିଲେ ଭି ସୁଜ୍ଞାନ କୁମାର ଦେଓ । ଖଲ୍ଲିକୋଟରୁ ୮ଥର ଓ କବିସୂର୍ଯ୍ୟନଗରରୁ ୨ ଥର ଜିତିଥିଲେ । ଖଲ୍ଲିକୋଟ ରାଣୀ ଭାବେ ମଧ୍ୟ ସୁପରିଚିତ ଭି. ସୁଜ୍ଞାନ କୁମାରୀ ଦେଓ । ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।