୨୬ରୁ ଖୋଲୁଛି ଦଶମ ଓ ଦ୍ୱାଦଶ ଶ୍ରେଣୀ, ଟିକା ନେଇ ନଥିବା ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲ ଆସିପାରିବେ

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ସୋମବାର ଠାରୁ ଖୋଲୁଛି ସ୍କୁଲ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା ସ୍କୁଲ ଆସିବେ । ଏହାପୂର୍ବରୁ କ୍ଲାସରୁମ୍‌ ଗୁଡ଼ିକୁ ବିଶୋଧନୀକରଣ କରାଯାଉଛି । କରୋନା ପାଇଁ ପିଲାଙ୍କ ସ୍ୱାସ୍ଥ୍ୟକୁ ଦେଖି ଅଗ୍ରାଧିକାର ଭିତ୍ତିରେ ଶିକ୍ଷକଙ୍କ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ଟିକା ନେଇ ନଥିବା ଶିକ୍ଷକ ମଧ୍ୟ ସ୍କୁଲ ଆସିପାରିବେ । ଅଧିକାଂଶ ଶିକ୍ଷକ ଟିକା ନେଇସାରିଥିବା ବେଳେ ବାକି ଶିକ୍ଷକଙ୍କ କିପିରି ଟିକାକରଣ ହେବ ସେଥିପାଇଁ ପ୍ରାଥମିକତା ଦିଆଯାଉଛି । ଏପଟେ ସ୍କୁଲ ଆସିବା ଓ ହଷ୍ଟେଲରେ ରହିବା ପାଇଁ ପିଲାଙ୍କୁ ଅଭିଭାବକଙ୍କ ଅନୁମତି ଜରୁରୀ । ଏଥିପାଇଁ କନସେଣ୍ଟ ଫର୍ମ ଦାଖଲ କରିବା ବାଧ୍ୟତାମୂଳକ ।

ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ପରେ ସ୍ୱାସ୍ଥ୍ୟ ବିଭାଗ ସ୍କାନରରେ ରହିବ ସମସ୍ତ ସ୍କୁଲ । ସର୍ଭେଲାନ୍ସ ହେବ ପ୍ରମୁଖ କାମ । ଶିକ୍ଷକଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା ନଥିବା ବେଳେ ବର୍ତ୍ତମାନ ବୟସ ଅନୁଯାୟୀ ହେଉଥିବା ଟିକାକରଣରେ ସମସ୍ତ ଶିକ୍ଷକ ଅନ୍ତର୍ଭୁକ୍ତ । ଟିକା ନେଇ ନଥିବା ଶିକ୍ଷକ ସ୍ୱତଃପ୍ରବୃତ ଭାବେ ଟିକା ନେବାକୁ କୁହାଯାଇଛି ।

ଏପଟେ ପ୍ରାଥମିକ ସ୍କୁଲ ଖୋଲିବା ନେଇ ବିଚାରବିମର୍ଶ ଚାଲିଛି । ରାଜ୍ୟ ସରକାରଙ୍କ ନିକଟରୁ ସବିଶେଷ ତଥ୍ୟ ଆସିନାହିଁ । ନିର୍ଯ୍ୟାସ ଆସିଲେ ସରକାର ଠିକ୍‌ ସମୟରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ମନ୍ତ୍ରୀ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.