ରାଜ୍ୟରେ ୧୫ ଜିଲ୍ଲାରେ ଟିକାକାଦନ ବନ୍ଦ, ଦ୍ୱିତୀୟ ଡୋଜ୍‌ ନେବାକୁ ଅନାଇ ବସିଛନ୍ତି ୯ଲକ୍ଷ ଲୋକ

ଭୁବନେଶ୍ବର: ରାଜ୍ୟରେ ୧୫ ଜିଲ୍ଲାରେ ଟିକାକାଦନ ବନ୍ଦ। ଟିକା ଅଭାବକୁ ନେଇ ଉପକୂଳରୁ ଉପାନ୍ତ ଯାଏଁ ବଢିବାରେ ଲାଗିଛି ଅସନ୍ତୋଷ। ଦ୍ୱିତୀୟ ଡୋଜ୍‌କୁ ନେଇ ୯ଲକ୍ଷ ଲୋକ ଅନାଇ ବସିଛନ୍ତି। ରାଜ୍ୟ ସରକାର ବାରମ୍ବାର ଚିଠି ଲେଖିବା ପରେ ମଧ୍ୟ ଠିକ୍‌ ସମୟରେ ପହଞ୍ଚୁ ନଥିବାରୁ ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ ହେଉଛି। ଯୋଜନା ଅନୁସାରେ ଟିକାକରଣ ହୋଇପାରୁନି। ଫଳରେ ରାଜ୍ୟର ଅଧାରୁ ଅଧା ଜିଲ୍ଲାରେ ଟିକାକରଣ କେନ୍ଦ୍ରରେ ତାଲା ପଡୁଛି।

ରାଜ୍ୟରେ ଆଜି ୯୧ଟି କେନ୍ଦ୍ରରେ ଟିକାକରଣ ହେବ। ୧୫ଟି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ। ଗତକାଲି ସୁଦ୍ଧା ରାଜ୍ୟରେ ୧ ଲକ୍ଷ ୯ ହଜାର ୫୭୦ କୋଭିସିଲ୍‌ଡ ଟିକା ମହଜୁଦ ଥିବା ବେଳେ ୩ ଲକ୍ଷ ୯ ହଜାର ୫୦ କୋଭିଡ୍‌ ଟିକା ମହଜୁଦ ଅଛି। ସେପଟେ ୧୮ ରୁ ୪୪ ବର୍ଗ ବୟସଙ୍କ ପାଇଁ ହେଉଥିବା ଟିକାକରଣ ଲାଗି ୧ ଲକ୍ଷ ୩୫ ହଜାର ୮୪୦ କୋଭାକ୍‌ସିନ ଟିକା ମହଜୁଦ ରହିଛି। ଫଳରେ କୋଭିସିଲ୍‌ଡ ପରେ କୋଭାକ୍ସିନ୍‌ ଅଭାବ ନେଇ ଚିନ୍ତା ଦେଖାଦେଇଛି।

ସେପଟେ ସଂକ୍ରମଣ ବଢୁଥିବାରୁ ଲୋକମାନେ ଟିକା ପାଇଁ ଭିଡ ଜମାଉଛନ୍ତି, କିନ୍ତୁ ଟିକା ମିଳୁନି। ଗତକାଲି ମାତ୍ର ୨୫ହଜାର ୨୧୧ଜଣ ଟିକା ନେଇଛନ୍ତି। ୧୮ରୁ ୧୪ ବର୍ଷ ମଧ୍ୟରେ ୧୪ହଜାର ୧୪ହଜାର ୧୬୭ଜଣ ପ୍ରଥମ ଡୋଜ୍‌ ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.