ନିୟମଗିରି ଅଂଚଳରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ଟିକାକରଣ ଆରମ୍ଭ

ରାୟଗଡା: ନିୟମଗିରି ଡଙ୍ଗରିଆକନ୍ଧଙ୍କୁ ଟିକାକରଣ। ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ଟିକାଦାନ ଆରମ୍ଭ ହୋଇଛି। କୋଭିଡ୍‌ ସମୟରେ ଡଙ୍ଗରିଆମାନେ ଟେଷ୍ଟିଂ ପାଇଁ ରାଜି ହେଉ ନଥିଲେ। ପାରମ୍ପରିକ ଚିକିତ୍ସାକୁ ଗୁରୁତ୍ୱ ଦେଉଥିଲେ। ସେମାନଙ୍କୁ ବୁଝାସୁଝା କରିବା ସହ ସଚେତନ କରାଯାଇଥିଲା। ଏହାପରେ ଟେଷ୍ଟିଂ ପାଇଁ ରାଜି ହୋଇଥିଲେ।

ଏବେ ଟିକା ପାଇଁ ମଧ୍ୟ ଆଗ୍ରହ ଦେଖାଉଛନ୍ତି। ଏପରିକି ସେମାନେ ଏହାକୁ ଟିକା ଉତ୍ସବ ଭାବେ ପାଳନ କରିଛନ୍ତି। ଗତକାଲି ଟିକା ଉତ୍ସବ କାର୍ଯ୍ୟକ୍ରମରେ ଯୋଜନା ବୋର୍ଡ ଉପାଅଧ୍ୟକ୍ଷ ସଞ୍ଜୟ ଦାସବର୍ମା, ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଓ ରାୟଗଡ଼ା ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.