ଆଶ୍ବସ୍ତିକର ଖବର , ଟିକା ନେଉଛି ନଗଡ଼ା

ଯାଜପୁର ରୋଡ଼(କେନ୍ୟୁଜ୍): ବିଶ୍ଵ ମହାମାରୀ କୋଭିଡ଼ ନିୟନ୍ତ୍ରଣ ଦିଗରେ ପ୍ରତିଷେଧକ ଟିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ଏହାକୁ ଦୃଷ୍ଟିରେ ରଖି ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଶିକ୍ଷା ଅନଗ୍ରସର ଆଦିବାସୀ ମାନଙ୍କୁ ଟିକାକରଣ କରିବା ଦିଗରେ ଗୁରୁତ୍ଵ ଦେବା ପୂର୍ବକ ନଗଡାରେ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲା ସ୍ୱାସ୍ଥ୍ୟ ବିଭାଗ ଓ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆଜି ବଣ ପାହାଡ଼ ଘେରା ଅନୁନ୍ନତ ଇଲାକା ନଗଡାର ଆଦିବାସୀ ମାନଙ୍କୁ ଟିକାକରଣ କରାଯାଇଛି l

nagada1

ଉଭୟ ତଳ ଓ ଉପର ନଗଡାର ୬୫ ଜଣ ଜୁଆଙ୍ଗ ସମେତ ଗୁହିଆଶାଳରୁ ୫୬ ଓ ତୁମୁଣିର ୩୮ ଜଣ ଜୁଆଙ୍ଗ ଆଦିବାସୀଙ୍କୁ ଆଜି ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯାଇଛି l ଏଥି ସହିତ ନାଲିଆଡାବର ୨ ଜଣଙ୍କ ସମେତ ସେଠାରେ ରହି କାର୍ଯ୍ୟ କରୁଥିବା ବିଭିନ୍ନ ବିଭାଗର କର୍ମଚାରୀ ୧୬ ଜଣ କର୍ମଚାରୀ ମାନଙ୍କୁ ମିଶାଇ ମୋଟ ୧୭୭ ଜଣଙ୍କୁ ଏହି ଅବସରରେ ଟିକା ଦିଆଯାଇଥିଲା l

ଟିକାକରଣର ସପ୍ତାହକ ପୂର୍ବରୁ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅଙ୍ଗନବାଡି ଓ ଆଶାକର୍ମୀ ମାନେ ଘର ଘର ବୁଲି ସଚେତନ କରାଇଥିଲେ l ତଳ ନଗଡା ସ୍କୁଲ ପରିସରରେ ଏହି ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.