ଆଜି ସକାଳ ସାଢ଼େ ଦଶ ଟାରେ ଆରମ୍ଭ ହେବ ଟିକାକରଣ, ଗୋଟିଏ ଦିନରେ ଭ୍ୟାକ୍ସିନ ନେବେ ୧୬ ହଜାରରୁ ଅଧିକ ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର(କେ ନ୍ୟୁଜ): ଟିକାକରଣ ପାଇଁ ତୟାର ସାରା ଓଡ଼ିଶା ତୟାର । ରାଜ୍ୟରେ ୧୬୧ଟି ଭ୍ୟାକସିନ କେନ୍ଦ୍ରରେ ସରିଛି ସବୁ ପ୍ରସ୍ତୁତି । ଭ୍ୟାକସିନ୍‌ କେନ୍ଦ୍ରରେ ପହଞ୍ଚି ସାରିଛି କୋଭିଡ୍‌ ଟିକା ଓ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୯୨ ହଜାର ୫୫୫ ଜଣଙ୍କୁ ମିଳିବ କୋଭିଡ୍‌ ଟିକା । ଆସନ୍ତାକାଲି ଗୋଟିଏ ଦିନରେ ୧୬ ହଜାରରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଗର୍ଭବତୀ, ୧୮ବର୍ଷରୁ କମ୍‌, ଅସୁସ୍ଥ ରୋଗୀ ଓ ୧୪ ଦିନ ଭିତରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ଦିଆଯିବ ନାହିଁ କୋଭିଡ୍‌ ଟିକା ।

ସବୁ ଜିଲ୍ଲାକୁ ପହଞ୍ଚି ସାରିଛି କୋଭିଡ୍‌ ଟିକା। ଜିଲ୍ଲାର ମୁଖ୍ୟ ଟିକା ସଂରକ୍ଷଣ କେନ୍ଦ୍ରରୁ ଟିକାଦାନ କେନ୍ଦ୍ରକୁ ଟିକା ପହଞ୍ଚିବା ଆରମ୍ଭ ହୋଇ ସାରିଛି। କାଲି ସରିବ ଅପେକ୍ଷା। ୧୬୧ଟି କେନ୍ଦ୍ରରେ ହେବ ଟିକାକରଣ । କାଲି ଗୋଟିଏ ଦିନରେ ପ୍ରାୟ ୧୬ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଜିଲ୍ଲା ସ୍ତରରେ ମଧ୍ୟ ପ୍ରସ୍ତୁତି ସରିଛି।

 

 

Leave A Reply

Your email address will not be published.