ଯଦି ଟିକା ଆସିବାରେ କୌଣସି ସମସ୍ୟା ନ ହୁଏ ୪ ମାସ ମଧ୍ୟରେ ସରିବ ଟିକାକରଣ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର(କେନ୍ଯୁଜ୍): ଡିସେମ୍ବର ସୁଦ୍ଧା ସରିବ ଟିକାକରଣ। ଯଦି ଟିକା ଆସିବାରେ କୌଣସି ସମସ୍ୟା ନ ହୁଏ ୪ ମାସ ମଧ୍ୟରେ ଟିକାକରଣ ଶେଷ ହେବ। ବର୍ତ୍ତମାନ ସୁଦ୍ଧା ୨ କୋଟି ୨୦ ଲକ୍ଷ ଡୋଜ୍‌ ଟିକା ଦିଆଯାଇସାରିଛି। ପ୍ରଥମ ଡୋଜ୍‌ ୧ କୋଟି ୬୬ଲକ୍ଷ ଓ ଦ୍ୱିତୀୟ ଡୋଜ୍‌ ୫୩ ଲକ୍ଷ ଲୋକ ନେଇ ସାରିଛନ୍ତି। ମୋଟ ୫୪ ପ୍ରତିଶତ ପ୍ରଥମ ଡୋଜ ଦିଆଯାଇଛି।

କୋଭିସିଲ୍‌ଡ ଟିକା ୨୮ ଲକ୍ଷ ୫୪ ହଜାର, କୋଭାକ୍ସିନ ୪ ଲକ୍ଷ ୫୪ ହଜାର ଟିକା ମହଜୁଦ ରହିଛି। ଯେଉଁ ମାନଙ୍କର ଦ୍ୱିତୀୟ ଡୋଜ୍‌ ଟିକା ନେବାର ଅଛି , ପ୍ରାଥମିକତା ଭିତ୍ତିରେ ଦେବା ପାଇଁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷକ ଓ ଦ୍ୱିତୀୟ ଡୋଜ୍‌ ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଉଛି। କେତେ ଶିକ୍ଷକ ଟିକା ନେବେ ସମସ୍ତ ଜିଲ୍ଲାକୁ ତଥ୍ୟ ମଗାଯାଇଛି।

ସେପ୍ଟେମ୍ବର ୫ ସୁଦ୍ଧା ଶିକ୍ଷକଙ୍କ ଟିକାକରଣ ଶେଷ ହେବ। କେବଳ ଶିକ୍ଷକଙ୍କୁ ଟିକା ଦେବା ପାଇଁ କିଛି ସ୍ୱତନ୍ତ୍ର କେନ୍ଦ୍ର କରାଯାଇଛି। ଆଜି ୧୪୦୦ କେନ୍ଦ୍ରରେ ଟିକାକରଣ ଚାଲିଛି। ୧ ଲକ୍ଷ ଗର୍ଭବତୀ ମହିଳାଙ୍କୁ ଟିକାକରଣ କରାଯାଇଛି। ପ୍ରଥମ ଲହରରେ ୮ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିଲେ। ଦ୍ୱିତୀୟ ଲହରରେ ଜୁଲାଇ ସୁଦ୍ଧା ୧୦ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିଲେ। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏ ନେଇ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.