ଭୁବନେଶ୍ୱର ଅନ୍ଧାରୁଆରେ ଚାଲିଛି ଭ୍ୟାକ୍ସିନ ଉତ୍ପାଦନ କେନ୍ଦ୍ରର ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର: ବର୍ଷକ ମଧ୍ୟରେ ଓଡ଼ିଶାରେ କୋଭାକ୍ସିନ୍‌ ଉତ୍ପାଦନ। ଭୁବନେଶ୍ୱର ଅନ୍ଧାରୁଆରେ ଭ୍ୟାକ୍ସିନ ଉତ୍ପାଦନ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଚାଲିଛି । ଏହାକୁ ତ୍ୱରାନ୍ଵିତ କରିବା ସହ ୨୦୨୨ ମସିହା ଜୁନ ସୁଦ୍ଧା ଉତ୍ପାଦନ ଆରମ୍ଭ ପାଇଁ ମୁଖ୍ୟ ସଚିବ ସୁରେଶ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ଏହି ୟୁନିଟ୍‌ରେ କରୋନା, ମ୍ୟାଲେରିଆ ସମେତ ୧୦ ପ୍ରକାର ଅତ୍ୟାଧୁନିକ ଭ୍ୟାକ୍ସିନ ଉତ୍ପାଦନ କରାଯିବ । କେବଳ ଟିକା ପ୍ରସ୍ତୁତି ନୁହେଁ , ଏହି କେନ୍ଦ୍ରରେ ଅଧିକ ଗବେଷଣା ପାଇଁ ବାୟଟକ୍ନୋଲୋଜି ଇନକ୍ୟୁବେସନ ପ୍ରତିଷ୍ଠା ହେବ। ଇନ୍‌କ୍ୟୁବେସନ୍‌ ପାଇଁ ରାଜ୍ୟ ସରକାର ୧୫ କୋଟି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.