ଗାଡି ଚାଳକଙ୍କ ପାଇଁ ଆଶ୍ୱସ୍ତି, ସେପ୍ଟେମ୍ବର ୩୦ ତାରିଖ ଯାଏ ବଢିଲା ଗାଡି କାଗଜପତ୍ର ଅବଧି

ଭୁବନେଶ୍ଵର (କେନ୍ୟୁଜ): କରୋନା ମହାମାରୀ ବେଳେ ଗାଡି ଚାଳକଙ୍କ ପାଇଁ ଆଶ୍ୱସ୍ତି । ସେପ୍ଟେମ୍ବର ୩୦ ତାରିଖ ଯାଏ ବଢିଲା ଗାଡି କାଗଜପତ୍ର ଅବଧି । ଏବେ ସେପ୍ଟେମ୍ବର ଶେଷ ଯାଏ ବୈଧ ରହିବ ଗାଡିର କାଗଜପତ୍ର । ଡିଏଲ, ଫିଟନେସ, ରେଜିଷ୍ଟ୍ରେସନ ଅବଧି ବୃଦ୍ଧି ପାଇ କେନ୍ଦ୍ର ସରକାର ପକ୍ଷରୁ କୁହାଯାଇଛି । ଏ ନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ସୂଚନା ଦେଇଛନ୍ତି ।

ଏଥିସହ ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି । ତୃତୀୟ ଥର ପାଇଁ କେନ୍ଦ୍ର ସରକାର ଗାଡି କାଗଜପତ୍ର ଅବଧି ବଢାଇଛନ୍ତି । ପୂର୍ବରୁ ଜୁନ୍‌ ୩୦ ପର୍ଯ୍ୟନ୍ତ କାଗଜପତ୍ର ଅବଧି ବୃଦ୍ଧି କରାଯାଇଥିଲା । ଏହି ସମୟ ମଧ୍ୟରେ ଗାଡିର ଡିଏଲ, ଫିଟନେସ, ରେଜିଷ୍ଟ୍ରେସନ ଡକ୍ୟୁମେଣ୍ଟ ବୈଧ ବୋଲି ଧରାଯିବ । ଏପରିକି ପରିବାହନ ବିଭାଗ ଚାଳକଙ୍କୁ ଫାଇନ ପକାଇ ପାରିବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.