ମହାନଦୀର ପଠାରେ ମିଳୁଛି ମୂଲ୍ୟବାନ ରତ୍ନପଥର, ରାଜ୍ୟ ବାହାରକୁ ହେଉଛି ଚୋରା ଚାଲାଣ

ସୁବର୍ଣ୍ଣପୁର ଜିଲ୍ଲା ମହାନଦୀର ପଠାରେ ମିଳୁଛି ମୂଲ୍ୟବାନ ରତ୍ନପଥର। ମହାନଦୀରେ ପାଣି କମିଯିବା ପରେ ଦିନ ରାତି ଏକ କରି ରତ୍ନପଥର ଖୋଜୁଛନ୍ତି ଲୋକେ। ବେଆଇନ ରତ୍ନ ପଥର ସ୍ଥାନୀୟ ଦଲାଲଙ୍କ ଜରିଆରେ ବାହାର ରାଜ୍ୟ ରାଜସ୍ଥାନ,ମିରଟ, ସୁରାଟକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି।

ratna pathara

ସୁବର୍ଣ୍ଣପୁର ଜିଲ୍ଲା ମହାନଦୀର ପଠାରେ ମିଳୁଛି ରତ୍ନପଥର। ମୂଲ୍ୟବାନ୍ ରତ୍ନ ପଥର ସନ୍ଧାନରେ ଲାଗି ପଡିଛନ୍ତି ଲୋକେ। ମହାନଦୀର ବିନିକାଠାରୁ ସୁବଳୟା ପର‌୍ୟ୍ୟନ୍ତ ଚାଲିଛି ରତ୍ନ ପଥର ସନ୍ଧାନ। ବେଧଡକ ଭାବେ ବେଆଇନ ରତ୍ନ ପଥର କାରବାର ଚାଲିଛି। ଅନେକ ମୂଲ୍ୟବାନ ପଥର ବାହାରକୁ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି।

ratna

ପୋଖରାଜ, ନୀଳା, ମାଣିକ, ଟୋପାଜ ଭଳି ରତ୍ନପଥର ସଂଗ୍ରହ କରିବାରେ ଲାଗି ପଡିଛନ୍ତି ମାଫିଆ। ସ୍ଥାନୀୟ ଦଲାଲ ଜରିଆରେ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏ ଘଟଣା ପ୍ରତି ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡୁନି। ବେଆଇନ ଭାବେ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ଉପରେ ଆଇନଗତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁବର୍ଣ୍ଣପୁର ଏସ୍ପି କହିଛନ୍ତି।

 

Leave A Reply

Your email address will not be published.