ମଧ୍ୟପ୍ରଦେଶରେ କୂଅକୁ ଖସିଲା ଭ୍ୟାନ, ୧୧ ମୃତ

କୂଅକୁ ଭ୍ୟାନ ଖସିବାରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ମଧ୍ୟପ୍ରଦେଶରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏମପିର ମନ୍ଦସୋର ଜିଲ୍ଲାରେ ୧୩ଜଣଙ୍କୁ ନେଇ ଯାଉଥିବା ଏକ ଭ୍ୟାନ ଏକ କୂଅରେ ଖସି ପଡ଼ିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ୧୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୪ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଘଟଣା ଘଟିଥିବା ଗାଁର ଜଣେ ଯବାନ ଉଦ୍ଧାର କାର୍ଯ୍ୟ କରିବା ସହ କିଛି ଲୋକଙ୍କ ଜୀବନ ବଞ୍ଚାଇଥିଲେ । କିନ୍ତୁ ଦୁର୍ଘଟଣାର ଶୀକାର ଲୋକଙ୍କୁ ଉଦ୍ଧାର ସମୟରେ ଯବାନ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି।