ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୭ ଗୁରୁତର

ଜଳେଶ୍ବର: ଓଲଟିଲା ଭ୍ୟାନ୍, ୭ ଗୁରୁତର । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୫୭ ନମ୍ବର ରାଜ୍ୟ ରାଜପଥ ବାଣିଦା ଛକ ନିକଟରେ ଦୁର୍ଘଟଣା ଘଟିଛି । ଟାଟା ଏସି ଗାଡ଼ିଟି ମୟୂରଭଞ୍ଜ ନୂଆଡିହିରୁ ଭୋଗରାଇ ଯାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣାରେ ୭ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଜଳେଶ୍ବର ହସପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ଆଜି ସକାଳେ ମୟୁରଭଞ୍ଜ ଜିଲ୍ଲା ନୂଆଡିହି ଅଞ୍ଚଳରୁ ୨୦ରୁ ଉର୍ଦ୍ଧ୍ବ ଶ୍ରମିକକୁ ନେଇ ଟାଟା ଏସି ଗାଡି ଟି ଭୋଗରାଇ ଅଭିମୁଖେ ଯାଉଥିବା ବେଳେ ବାଣିଦା ଛକ ନିକଟରେ ଭାରସାମ୍ଯ ହରାଇ ଓଲଟି ପଡିଥିଲା । ଦର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଗୁରୁତର ଶ୍ରମିକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଜଳେଶ୍ବର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

 

ଆହୁରି ପଢ଼ନ୍ତୁ : ଟ୍ରକ ଧକ୍କାରେ ଦୁଇ ସ୍କୁଟି ଆରୋହିଙ୍କ ମୃତ୍ୟୁ, ଜଣେ ଗୁରୁତର ଆହତ

You might also like