ରାତି ଅଧରେ ପବ୍‌ରେ ପଶିବାକୁ ବାରଣ କରିବାରୁ ଖଣ୍ଡଯୁଦ୍ଧ: ବ୍ୟାପକ ଭଙ୍ଗାରୁଜା କଲେ ଦୁର୍ବୃତ୍ତ, ଥାନାରେ ଏତଲା

ଭୁବନେଶ୍ୱର (କେନ୍ୟୁଜ): ରାତି ଅଧରେ ପବ୍‌ରେ ପଶିବାକୁ ବାରଣ କରିବାରୁ ଖଣ୍ଡଯୁଦ୍ଧ । ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ଭୁବନେଶ୍ୱର ପଟିଆ ଅଞ୍ଚଳରେ ଥିବା ଏକ ପ୍ରତିଷ୍ଠିତ ପବ୍‌ର ଏହି ଦୃଶ୍ୟ । ଗତକାଲି ରାତି ୧୨ଟାରେ ସଞ୍ଜୀବ ସ୍ୱାଇଁ ନାମକ ଜଣେ ଯୁବକ ପବ୍‌ ଭିତରକୁ ଯିବା ପାଇଁ ଜିଦ୍‌ ଧରିଥିଲେ । ବାରଣ କରିଥିଲେ ବାଉନସର୍‌ । ପରେ ଯୁକ୍ତିତର୍କ ହୋଇଥିଲା ।

ଏନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ । ଥାନାରୁ ଆସିବା ପରେ ୧୫-୨୦ ଜଣ ଯୁବକଙ୍କୁ ଧରି ବାର୍‌ ଭିତରେ ପଶିଥିଲେ । ବ୍ୟାପକ ଭଙ୍ଗାରୁଜା କରିଥିଲେ ଦୁର୍ବୃତ୍ତ । ପବ୍‌ ଭିତରେ ଆସବାବପତ୍ର ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.