ଆଜି ପୁରୀରୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ : ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ଉପସ୍ଥିତ ରହିବେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ବନ୍ଦେ ଭାରତ ଏକ୍ସପ୍ରେସରେ ରହିଛି ଅତ୍ୟାଧୁନିକ ସୁବିଧା ସୁଯୋଗ । ଟ୍ରେନର ସିଟ୍‌ ବିମାନରେ ଥିବା ସିଟ୍‌ ଭଳି । ୩୬୦ ଡିଗ୍ରୀ ଘୂର୍ଣ୍ଣନ ବ୍ୟବସ୍ଥା ସମ୍ପନ୍ନ ଚେୟାର କାର ରହିଛି । ଯାତ୍ରା ଆରାମଦାୟକ ହେବ । ଦୁର୍ଘଟଣା ଏଡାଇବାକୁ ଟ୍ରେନରେ କବଚ ବ୍ୟବସ୍ଥା ରଖାଯାଇଛି ।

ପୁରୀ (କେନ୍ୟୁଜ): ଆଜିଠୁ ଓଡ଼ିଶାରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀ-ହାଓ୍ଵଡା ଭିତରେ ଚଳାଚଳ କରିବ ଏହି ଦ୍ରୁତଗାମୀ ଟ୍ରେନ୍‌ । ପୁରୀ ରେଳ ଷ୍ଟେସନରୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭର୍ଚୁଆଲରେ ପ୍ରଧାନମନ୍ତ୍ରୀ ଯୋଡ଼ିହେବେ । କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ସଜେଇ ହୋଇଛି ପୁରୀ ଷ୍ଟେସନ । ୭ ଓ ୮ ନମ୍ବର ପ୍ଲାଟଫର୍ମକୁ ସୁନ୍ଦର ଭାବରେ ସଜାଯାଇଛି । ଏହି ଦୁଇ ପ୍ଲାଟଫର୍ମରେ ଏବେ ରେଳ ଚଳାଚଳ ବନ୍ଦ ରହିଛି ।

ପୁରୀରୁ ହାଓ୍ଵଡାକୁ ଲାଗିବ ମାତ୍ର ୬ ଘଣ୍ଟା । ଅଲଗା ଟ୍ରେନରେ ପାଖାପାଖି ୬ ଘଣ୍ଟା ଲାଗୁଥିଲା । ପୁରୀରୁ ଖୋର୍ଦ୍ଧା ଘଣ୍ଟାପ୍ରତି ବେଗ ୧୧୦ କିମି ଓ ଖୋର୍ଦ୍ଧା ପରଠୁ ୧୩୦ କିମି ବେଗରେ ଟ୍ରାକରେ ଗଡ଼ିବ ବନ୍ଦେ ଏକ୍ସପ୍ରେସ । ଏହି ଟ୍ରେନ୍‌ ପୁରୀରୁ ବାହାରି ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ଯାଜପୁର ରୋଡ୍‌, ଭଦ୍ରକ, ବାଲେଶ୍ୱର, ଖଡ଼ଗପୁରରେ ରହିବ । ସପ୍ତାହରେ ୬ ଦିନ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ । ଏହା ଭାରତରେ ଡିଜାଇନ୍‌ ହୋଇଥିବା ସେମି ହାଇସ୍ପିଡ୍‌ ଟ୍ରେନ୍‌ ।

ଏଥିରେ ରହିଛି ଅତ୍ୟାଧୁନିକ ସୁବିଧା ସୁଯୋଗ । ଟ୍ରେନର ସିଟ୍‌ ବିମାନରେ ଥିବା ସିଟ୍‌ ଭଳି । ୩୬୦ ଡିଗ୍ରୀ ଘୂର୍ଣ୍ଣନ ବ୍ୟବସ୍ଥା ସମ୍ପନ୍ନ ଚେୟାର କାର ରହିଛି । ଯାତ୍ରା ଆରାମଦାୟକ ହେବ । ଦୁର୍ଘଟଣା ଏଡାଇବାକୁ ଟ୍ରେନରେ କବଚ ବ୍ୟବସ୍ଥା ରଖାଯାଇଛି । ଅଗ୍ନି ନିରାପତ୍ତା ସହ କୋଚ୍‌ରେ ସିସିଟିଭି ବ୍ୟବସ୍ଥା ରହିଛି । ବନ୍ଦେ ଭାରତ ଏକ୍ସପ୍ରେସ ସହ ଓଡ଼ିଶାରେ ୮୦୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ଏହା ଭିତରେ ରହିଛି ପୁରୀ ଓ କଟକ ରେଳ ଷ୍ଟେସନ ଉନ୍ନୟନ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.