ବଢିଲା ରାଜ୍ୟରେ ଲାଗିଥିବା କରୋନା କଟକଣା, ଆଜି ସୁଦ୍ଧା ବାଣୀବିହାର ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟ ସରକାର କରୋନା ପାଇଁ କଟକଣା ଜାରି କରିବା ପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି। ଆଜି ଅପରାହ୍ନ ୫ଟା ସୁଦ୍ଧା ବାଣୀବିହାର ହଷ୍ଟେଲ ଖାଲି କରିବାକୁ ପିଜି କାଉନସିଲ ଚେୟାରମ୍ୟାନ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥିତିକୁ ନଜରରେ ରଖି କେବେ ଖୋଲିବ ତାହା ଜଣାଇ ଦିଆଯିବ । ବିଶ୍ୱବିଦ୍ୟାଳୟରେ ଚାଲିଥିବା ଇଣ୍ଟରନାଲ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ହଷ୍ଟେଲ ଓ ମେସ୍‌ ବନ୍ଦ ରଖାଯାଇଛି।

Leave A Reply

Your email address will not be published.