ପରିବାର ଅଦାଲତରେ ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା: ଆଜି ହୋଇପାରିଲାନି ସମାଧାନ

କଟକ(କେନ୍ୟୁଜ୍): କଟକ ପରିବାର ଅଦାଲତରେ ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାରେ ପରିବାର ଅଦାଲତରେ ଆଜି ପୁଣି ହାଜର ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ । ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହେବାର ଥିବା ବେଳେ ଅଦାଲତରେ କାଗଜପତ୍ର ପ୍ରସ୍ତୁତ ହୋଇ ନଥିବାରୁ ତାହା ହୋଇ ପାରି ନାହିଁ। ମାମଲାର ପରବର୍ତ୍ତୀ ଶୁଣାଣିରେ ବର୍ଷାପ୍ରିୟଦର୍ଶିନୀଙ୍କ ସାକ୍ଷ୍ୟ ଗ୍ରହଣ ହେବ ବୋଲି ଜଣାପଡିଛି। ସେହିପରି ଅପରାହ୍ନରେ ଅନୁଭବ ମହାନ୍ତିଙ୍କ ପକ୍ଷରୁ ହୋଇଥିବା ଏକ ରିଭ୍ୟୁ ପିଟିସନର ଶୁଣାଣି ଥିଲା। ଉଭୟଙ୍କ ବିବାହ ଭୁବନେଶ୍ୱର ହୋଇଥିବା ବେଳେ ମୂଳ ମାମଲାରେ ବିବାହ ଦିଲ୍ଲୀରେ ହୋଇଥିଲା ବୋଲି ଦର୍ଶାଇଥିଲେ ଅନୁଭବ ମହାନ୍ତି। ଏହା ଟାଇପ ଜନିତ ତ୍ରୁଟି ବୋଲି ଦର୍ଶାଇ ସେହି ଅନୁସାରେ ନିର୍ଦ୍ଦେଶ ଦେବାକୁ ଆବେଦନ କରିଛନ୍ତି ଅନୁଭବ ମହାନ୍ତି। ଏହି ପ୍ରସଙ୍ଗରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ପରିବାର ଅଦାଲତ। ଉଭୟଙ୍କୁ ପରିବାର ଅଦାଲତରେ ହାଜର ପାଇଁ ନିଜ ଆଡୁ ସେପ୍ଟେମ୍ବର ୧୪ ତାରିଖରେ ନିର୍ଦ୍ଦେଶ ଦେଇଥିଲେ କଟକ ପରିବାର ଅଦାଲତ।

ସେହିଭଳି ସେପ୍ଟେମ୍ବର ୨୭ ତାରିଖର ହାଜର ହେବା ସହ କୋର୍ଟଙ୍କ ନିର୍ଦ୍ଦେଶ ପରେ ଉଭୟ ପୁଣି ଅକ୍ଟୋବର ୧୧ ରେ ପରିବାର ଅଦାଲତରେ ଉଭୟ ହାଜର ହୋଇଥିଲେ। ଅନୁଭବ ମହାନ୍ତି ଆପୋଷ ସମାଧାନ ପାଇଁ ମଧ୍ୟସ୍ଥତା ଚାହାନ୍ତି ନାହିଁ ତେଣୁ ପରିବାର ଅଦାଲତ ମାମଲାର ଶୁଣାଣି ଆଗକୁ ବଢ଼ାଇବା ପାଇଁ ପୂର୍ବରୁ ଆବେଦନ କରିଥିଲେ। ଅଦାଲତରେ ଅନୁଭବଙ୍କ ତରଫରୁ ଆଉ କେହି ସାକ୍ଷୀ ଦେବେ ନାହିଁ ବୋଲି ଦର୍ଶାଇ ଏକ ମେମୋ ଦାଖଲ କରାଯାଇଥିଲା। ଜୁଲାଇ ୧୧ରେ ପରିବାର ଅତାଲତ ମାମଲାର ଶୁଣାଣି କରି ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ବର୍ଷାଙ୍କ ତରଫରୁ ଏହି ନିର୍ଦ୍ଦେଶ ପ୍ରତ୍ୟାହାର ତଥା ଅନୁଭବଙ୍କୁ ଅଧିକ ଜେରା ପାଇଁ ଅନୁମତି ଲୋଡ଼ି ପିଟିସନ ଦାଖଲ କରାଯାଇଥିଲା। ଏହି ପିଟିସନକୁ ପରିବାର ଅଦାଲତ ଅଗ୍ରାହ୍ୟ କରିଦେବା ପରେ ବର୍ଷା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମଧ୍ୟ ଏଭଳି ପିଟିସନକୁ ଅଗ୍ରାହ୍ୟ କରି ଦେଇଥିଲେ।

ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ୨୦୨୦ରେ ଦାଖଲ କରିଥିବା ବେଳେ ଆବେଦନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇ ଆସିଥିଲା। ୨୦୨୧ ଏପ୍ରିଲ ୫ରେ ଉଭୟ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ପରିବାର ଅଦାଲତରେ ହାଜର ହୋଇଥିଲେ। ଅଦାଲତରେ ମଧ୍ୟସ୍ଥତା ପ୍ରକ୍ରିୟାରୁ କୌଣସି ସୁଫଳ ମିଳି ପାରି ନଥିଲା। ଏହାପରେ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ କଟକ ପରିବାର ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଗତ ସେପ୍ଟେମ୍ବର ୧୪ ତାରିଖରେ ପୁନଶ୍ଚ ଉଭୟ ପରିବାର ଅଦାଲତରେ ହାଜର ହୋଇଥିବା ବେଳେ ସେଦିନ ଉଭୟଙ୍କୁ ବିଚାରପତିଙ୍କ ଚାମ୍ବରରେ ବସାଇ ଆପୋଷ ସମାଧାନ ପାଇଁ ଉଦ୍ୟମ ହୋଇଥିଲା। କିନ୍ତୁ ସେଥିରେ ସଫଳତା ମିଳି ନ ଥିଲା। ଆଗକୁ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଓ ଜେରା ହେବ ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.