ସତ୍ୟକୁ କେହି ହରାଇ ପାରିବେ ନାହିଁ, ଘଣ୍ଟାଏ ତଳେ ଫେସ୍‌ବୁକ୍‌ରେ ଏମିତି କିଛି ଲେଖିଛନ୍ତି ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର : ରିଲ୍‌ରୁ ରିୟଲ ଲାଇଫ୍ ପାର୍ଟନର ହେବା ପରେ ଏବେ ଭୟଙ୍କର ଝଡ଼ ଉଠିଛି ଓଡ଼ିଆ ଫିଲ୍ମର ଦୁଇ ସୁପରଷ୍ଟାର ଦମ୍ପତିଙ୍କ ମଧ୍ୟରେ । କଥା ଯାଇ ପହଞ୍ଚିଛି ଅଦାଲତରେ । ଯଦିଓ ବର୍ଷା ଏବେବି ଅନୁଭବଙ୍କ ଘରେ ରହୁଛନ୍ତି ହେଲେ ବୋଧହୁଏ ସାମନା ସାମନି ହେଉ ନାହାନ୍ତି । ଗତ ତନିଦିନ ଧରି ଗଣମାଧ୍ୟମରେ ଦୁହିଙ୍କ ସମ୍ପର୍କ ଏବଂ ତିକ୍ତତାକୁ ନେଇ ବଡ଼ ଖବର ପ୍ରସାରିତ ହେଉଛି । ତେବେ ତା ଭିତରେ ଉଭୟ ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ସହାନୁଭୂତି ସାଉଁଟିବାକୁ ଉଦ୍ୟମ ଚଳାଇଛନ୍ତି ।

VARSHA-1

ଗତକାଲି ଦୁହେଁ ସିଧାସଳଖ ପରସ୍ପର ଉପରେ ଆରୋପ ନଲଗାଇ ସତ କେବେ ଲୁଚି ରହିବ ନାହିଁ । ନିଶ୍ଚୟ ପଦାକୁ ଆସିବ ଆଦି ଲେଖିଥିଲେ । ଆଜି କିଛି ସମୟ ପୂର୍ବରୁ ବର୍ଷା ଆଉ ଗୋଟିଏ ପୋଷ୍ଟ କରିଛନ୍ତି ତାଙ୍କ ଫେସ୍‌ବୁକ୍‌ରେ । ଲେଖିଛନ୍ତି ‘‘ସତ୍ୟକୁ କେହି ହରାଇ ପାରିବେ ନାହିଁ । ଏକଥା ଖୁବ୍ ଶୀଘ୍ର ପ୍ରମାଣିତ ହୋଇଯିବ । କୋର୍ଟ ନିଶ୍ଚୟ ତାଙ୍କ କାମ ଠିକ୍ ଭାବେ କରିବେ । ପ୍ରଭୁ ଜଗନ୍ନାଥ ଏବଂ ସମସ୍ତଙ୍କ ଆଶୀର୍ବାଦରୁ ମୁଁ ମୋର ନିରବତା ଭାଙ୍ଗିବାକୁ ଯାଉଛି । କୌଣସି ଲୋକକୁ ମିଛରେ ଫସାଇବାର ଅଧିକାର କାହା ପାଖରେ ନାହିଁ । ଲଭ୍ ୟୁ ଓଡ଼ିଶା, ଲଭୟୁ ଅଲ୍ । ଜୟଜଗନ୍ନାଥ’’
ତେବେ ଏହି ପୋଷ୍ଟରୁ ଜଣାପଡୁଛି ଯେ ବର୍ଷା ଗଣମାଧ୍ୟମ ଆଗରେ ଖୁବ୍ ଶୀଘ୍ର ତାଙ୍କ ମୁହଁ ଖୋଲିବେ ।