ଜଟିଳ ହେଉଛି ବର୍ଷା-ଅନୁଭବ ଦାମ୍ପତ୍ୟ ଓ ପାରିବାରିକ ବିବାଦ: ଅଜଣା ବ୍ୟକ୍ତିଙ୍କ ନାଁରେ ଏତଲା ଦେଲେ ବର୍ଷା, ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

କଟକ(କେନ୍ୟୁଜ୍‌): ଜଟିଳ ହେଉଛି ସେଲିବ୍ରିଟି କପଲ ବର୍ଷା-ଅନୁଭବ ଦାମ୍ପତ୍ୟ ଓ ପାରିବାରିକ ବିବାଦ । ବିବାଦରେ ନୂଆ ମୋଡ଼। ଯୋଡି ହେଉଛି ଗୋଟିଏ ପରେ ଗୋଟିଏ ମାମଲା। ସାଇବର ଥାନାରେ ଅଭିଯୋଗ କଲେ ବର୍ଷା। ପୁରୀଘାଟ ଥାନା ପରେ କଟକ ସାଇବର ଥାନାରେ ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଅଜଣା ବ୍ୟକ୍ତିଙ୍କ ନାଁରେ ଏତଲା ଦେଇଛନ୍ତି । ଏତଲାରେ ବର୍ଷା ଦର୍ଶାଇଛନ୍ତି, ସୋସିଆଲ୍‌ ମିଡିଆରେ ତାଙ୍କ ନାଁରେ ଅରୁଚିକର ମନ୍ତବ୍ୟ ପୋଷ୍ଟ ହେଉଛି । ତାଙ୍କ ଛବି ଖରାପ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପେଜ୍‌ ଏବଂ ଆଇଡିରୁ ଅରୁଚିକର ମନ୍ତବ୍ୟ ପୋଷ୍ଟ କରାଯାଉଛି ।

ସମସ୍ତ ଅରୁଚିକର ମନ୍ତବ୍ୟଗୁଡ଼ିକର ରଖାଯାଇଛି ସ୍କ୍ରିନ୍‌ସଟ୍‌ । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବର୍ଷା । ଆଇପିସିର ଧାପା ୫୦୯ ଓ ୬୭ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଛି । ଏହି ପେଜ୍‌କୁ କିଏ ନିୟନ୍ତ୍ରଣ କରୁଛି , ତାହାର ଅନୁଧ୍ୟାନ ଆରମ୍ଭ ହୋଇଛି। ସୋସିଆଲ୍‌ ମିଡିଆରେ ଅନୁଭବ ଭିଡିଓ ପରେ ଭିଡ଼ିଓ ପୋଷ୍ଟ କରିଥିଲେ । ଦାମ୍ପତ୍ୟ ଜୀବନର କଳହ ବାବଦରେ ଅନେକ ଗୁମର ଖୋଲିଥିଲେ ଅନୁଭବ । ଏହାପରେ ବର୍ଷାଙ୍କୁ ସୋସିଆଲ୍‌ ମିଡିଆରେ ଅରୁଚିକର ମନ୍ତବ୍ୟ ଆସୁଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.