ଅନୁଭବଙ୍କ ବିରୋଧ ପୁଣି ଏତଲା ଦେଲେ ବର୍ଷା, ଲେଖିଛନ୍ତି ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟକରି ମୋ ଚରିତ୍ର ସଂହାର କରିଛନ୍ତି

କଟକ(କେନ୍ୟୁଜ୍): ପୁଣି ତେଜିଲା ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶର୍ର୍ନୀ । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ନେଇ ଆପତ୍ତି ଉଠାଇଛନ୍ତି । ଏତଲାରେ ବର୍ଷା ଦର୍ଶାଇଛନ୍ତି, ମନଗଢା ଭିଡିଓ କରି ଅନୁଭବ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯେଉଁଥିରେ ତାଙ୍କୁ ଆକ୍ଷେପ କରି ଅନେକ କଥା କହୁଛନ୍ତି । ମିଥ୍ୟା ପ୍ରଚାର ଦ୍ୱାରା ତାଙ୍କର ପ୍ରତିଷ୍ଠା, ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେବା ସହ ତାଙ୍କ ନାରୀତ୍ୱକୁ ଅପମାନ କରିଛନ୍ତି ।

ମିଥ୍ୟା ଆରୋପ ଲଗାଇ ସୋସିଆଲ୍‌ ମିଡିଆ ମାଧ୍ୟମରେ ଚରିତ୍ର ସଂହାର କରିବାର ଷଡ଼ଯନ୍ତ୍ର କରିଛନ୍ତି । ଭିତ୍ତିହୀନ କାହାଣୀ ସଜେଇ ସମାଜରେ ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାର ଅଧିକାର ଛଡ଼ାଇ ନେଇଥିବା ଅଭିଯୋଗ କରିଛନ୍ତି ବର୍ଷା । ଏଥିସହ FIRରେ ତାଙ୍କର ବୈବାହିକ ସମ୍ପର୍କରେ ଫାଟ ସୃଷ୍ଟିର କାରଣ ଓ ପାରିବାରିକ ବିବାଦ ବାବଦରେ ବି ଉଲ୍ଲେଖ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.