କଟକ ଏସଡ଼ିଜେଏମଙ୍କ ନିର୍ଦ୍ଦେଶ ଉପରେ ଜିଲ୍ଲା ଦୌରାଜଜ୍ ଙ୍କ ରହିତାଦେଶ : ଅନୁଭବଙ୍କ ଘର ଛାଡିବେ ନାହିଁ ବର୍ଷା, ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସେହିଠାରେ ରହିବାକୁ ନିର୍ଦ୍ଦେଶ

କଟକ (କେନ୍ୟୁଜ୍‌) : ବହୁଚର୍ଚ୍ଚିତ ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ କଟକ ଏସ୍ଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ଜିଲ୍ଲା ଅଦାଲତ ଆଜି ରହିତାଦେଶ ଜାରି କରିଛନ୍ତି। ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ଉପରେ କଟକ ଜିଲ୍ଲା ଜଜ ଲଗାଇଛନ୍ତି ରୋକ୍ । ତେଣୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ ଅନୁଭବଙ୍କ ଘରେ ରହିବେ।

କଟକ ଜିଲ୍ଲା ଜଜ୍ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। କଟକ ଜିଲ୍ଲା ଜଜ୍ ଏସଡିଜେଏମଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଛନ୍ତି। ସାଂସଦ ଅନୁଭବ ମହାନ୍ତିଙ୍କୁ ଲାଗିଛି ବଡ଼ ଝଟକା ।

ସୂଚନାଯୋଗ୍ୟ, ଏସ୍ଡିଜେଏମ୍ ଅନୁଭବଙ୍କ ଘର ଛାଡ଼ି ବର୍ଷାଙ୍କୁ ଅନ୍ୟତ୍ର ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୪ ତାରିଖରେ ହେବ।

ପୂର୍ବରୁ ଅନୁଭବ ଦାଖଲ କରିଥିବା ଏକ ପିଟିସନ୍କୁ ଏସଡିଜେଏମ୍ ଗ୍ରହଣ କରି ବର୍ଷାଙ୍କୁ ଅନୁଭବଙ୍କ ଛାଡିବାକୁ ନିର୍ଦେଶ ଦେଇଥିଲେ। ବର୍ଷାଙ୍କ ଘରଭଡା ପାଇଁ ଅନୁଭବ ମାସିକ ୩୦ ହଜାର ଟଙ୍କା ପ୍ରଦାନ କରିବେ ବୋଲି ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପ୍ରତ୍ୟେକ ମାସ ୧୦ ତାରିଖ ସୁଦ୍ଧା ଏହି ଟଙ୍କା ଦେବାକୁ କୁହାଯାଇଥିଲା । ଏହି ନିର୍ଦ୍ଦେଶକୁ ବିରୋଧ କରି ବର୍ଷା ଜିଲ୍ଲା ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ।