ଅନୁଭବ ଓ ବର୍ଷା ପାରିବାରିକ ବିବାଦରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ; ହାଇକୋର୍ଟରୁ ପିଟିସନ ପ୍ରତ୍ୟାହାର କଲେ ବର୍ଷା

କଟକ (କେନ୍ୟୁଜ):  ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ହାଇକୋର୍ଟରୁ ପିଟିସନ ପ୍ରତ୍ୟାହାର କଲେ ବର୍ଷା ପ୍ରିୟଦର୍ଶିନୀ । ବିବାହ ବିଚ୍ଛେଦ ମାମଲାରେ ସାନି ସାକ୍ଷ୍ୟଗ୍ରହଣ ଆବେଦନ କରିଥିଲେ ବର୍ଷା । ଅନୁଭବଙ୍କ ଆଉ ଥରେ ସାକ୍ଷ୍ୟ ଗ୍ରହଣ ପାଇଁ ଆବେଦନ କରିଥିଲେ ବର୍ଷା। ନିମ୍ନ ଅଦାଲତରେ ଆବେଦନ ଅଗ୍ରାହ୍ୟ ହେବାରୁ ବର୍ଷା ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ।

ଉଲ୍ଲେଖନୀୟ ଏହା ପୂର୍ବରୁ ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଏସ୍‌ଡିଜେଏମ୍‌ଙ୍କ ରାୟକୁ କାଏମ୍‌ ରଖିଲେ କଟକ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ । ବର୍ଷାଙ୍କୁ ଶାଶୁ ଘର ଛାଡିବା ନେଇ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ SDJM । ପରେ SDJMଙ୍କ ରାୟକୁ ଚ୍ୟାଲେଞ୍ଜ କରି ଜିଲ୍ଲା କୋର୍ଟ ଯାଇଥିଲେ ବର୍ଷା । ବର୍ଷା ଅନ୍ୟତ୍ର ରହିବା ପାଇଁ ଘରଭଡ଼ା ଦେବାକୁ କହିଥିଲେ କୋର୍ଟ । ମାସିକ ୩୦ ହଜାର ଟଙ୍କା ଘରଭଡ଼ା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । SDJMଙ୍କ ନିର୍ଦ୍ଦେଶକୁ ଚାଲେଂଜ କରି ଜିଲ୍ଲା ଜଜ୍ କୋର୍ଟ ଯାଇଥିଲେ ବର୍ଷା ।

Leave A Reply

Your email address will not be published.