ଅନୁଭବଙ୍କ ନାଁରେ ବର୍ଷା ପ୍ରିୟଦର୍ଶିନୀଙ୍କ ଏତଲା ଘଟଣା, ଅଭିଯୋଗର ତର୍ଜମା କରାଯାଉଥିବା କହିଲେ କଟକ ଡିସିପି

କଟକ(କେନ୍ୟୁଜ୍‌): ପୁଣି ତେଜିଲା ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶନୀ । ଏତଲାରେ ଥିବା ଅଭିଯୋଗଗୁଡିକର ତର୍ଜମା କରାଯାଉଥିବା କହିଛନ୍ତି କଟକ ଡିସିପି ପିନାକ ମିଶ୍ର । ପୂର୍ବରୁ ସମାନ ପ୍ରକାର ଅଭିଯୋଗ ହୋଇଛି କି ନାହିଁ, ତାର ଅନୁଧ୍ୟାନ କରାଯିବ । ଲିଖିତ ଅଭିଯୋଗରେ ଦୋଷାବହ ବିଷୟ ସାମ୍ନାକୁ ଆସିଲେ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । ପୂର୍ବରୁ ମଧ୍ୟ ବର୍ଷା କରିଥିବା ଅଭିଯୋଗଗୁଡିକୁ ଆମେ ଗୁରୁତ୍ୱ ସହ ନେଇଛୁ ଓ ତଦନ୍ତ ଚାଲିଛି ବୋଲି କହିଛନ୍ତି କଟକ ଡିସିପି ।

ଗତକାଲି ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ନେଇ ଆପତ୍ତି ଉଠାଇଛନ୍ତି । ଏତଲାରେ ବର୍ଷା ଦର୍ଶାଇଛନ୍ତି, ମନଗଡ଼ା ଭିଡିଓ କରି ଅନୁଭବ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯେଉଁଥିରେ ତାଙ୍କୁ ଆକ୍ଷେପ କରି ଅନେକ କଥା କହୁଛନ୍ତି । ମିଥ୍ୟା ପ୍ରଚାର ଦ୍ୱାରା ତାଙ୍କର ପ୍ରତିଷ୍ଠା, ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେବା ସହ ତାଙ୍କ ନାରୀତ୍ୱକୁ ଅପମାନ କରିଛନ୍ତି । ମିଥ୍ୟା ଆରୋପ ଲଗାଇ ସୋସିଆଲ୍‌ ମିଡିଆ ମାଧ୍ୟମରେ ଚରିତ୍ର ସଂହାର କରିବାର ଷଡ଼ଯନ୍ତ୍ର କରିଛନ୍ତି । FIRରେ ତାଙ୍କର ବୈବାହିକ ସମ୍ପର୍କରେ ଫାଟ ସୃଷ୍ଟିର କାରଣ ଓ ପାରିବାରିକ ବିବାଦ ବାବଦରେ ବି ଉଲ୍ଲେଖ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.