ଫ୍ୟାମିଲି କୋର୍ଟରେ ସତ୍ୟପାଠ ଦାଖଲ କଲେ ବର୍ଷା: ମାମଲାରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

କଟକ (କେନ୍ୟୁଜ): ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଫ୍ୟାମିଲି କୋର୍ଟରେ ହାଜର ହେଲେ ଉଭୟ ସ୍ବାମୀ-ସ୍ତ୍ରୀ । ଫ୍ୟାମିଲି କୋର୍ଟରେ ସତ୍ୟପାଠ ଦାଖଲ କଲେ ବର୍ଷା । ମାମଲାରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ଦୁହେଁ ପ୍ରାୟ ୨ ଘଣ୍ଟା ମଧ୍ୟସ୍ଥତା କେନ୍ଦ୍ରରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି । ଫ୍ୟାମିଲି କୋର୍ଟରେ ବର୍ଷା ୫୦୦୦ ଟଙ୍କା ଦାଖଲ କରିଥିବା ଜଣାପଡ଼ିଛି । କୋର୍ଟ କାର୍ଯ୍ୟରେ ସହଯୋଗ କରିବାକୁ ଏକ ସତ୍ୟପାଠ ଜରିଆରେ ବର୍ଷା ଜଣାଇଛନ୍ତି । ବର୍ଷାଙ୍କୁ ଜେରା କରିବା ନେଇ ହୋଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି କୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.