ଚଳଚଞ୍ଚଳ ବରୁଣେଶ୍ୱର ପୀଠ, ଆଜି ଠାରୁ ୯ଦିନ ଧରି ଅନୁଷ୍ଠିତ ହେବ ବରୁଣେଶ୍ୱର ମେଳା

ଯାଜପୁର : ପବିତ୍ର ମକରସଂକ୍ରାନ୍ତି ଅବସରରେ ବିଂଝାରପୁର ଅରେଇ ଗାଁ ଆଜି ଚଳଚଞ୍ଚଳ । କୁଶଭଦ୍ର ନଦୀକୁଳରେ ଅବସ୍ଥିତ ବାବା ବରୁଣେଶ୍ୱର l ପ୍ରଭୁ ବରୁଣେଶ୍ୱରଙ୍କ ଦର୍ଶନ ପାଇଁ ଲାଗିଛି ଭ୍‌କ୍ତଙ୍କ ଭିଡ । ବିଶ୍ୱାସ ରହିଛି ଆଜିର ଦିନରେ ବାବା ବରୁଣେଶ୍ୱରଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ସେଥିପାଇଁ ପୂଜକ ମାନେ ଲାଗିପଡିଥିଲେ ବାବାଙ୍କ ସେବାରେ । ବଡ଼ି ଭୋରୁ ବାବାଙ୍କୁ ସୁସଜ୍ଜିତ ବେଶ କରିଥିଲେ ସେବାୟତ । ଏହାପରେ ଅର୍ପଣ କରାଯାଇଥିଲା ବଡ଼ଭୋଗ । ବାବା ବରୁଣେଶ୍ୱରଙ୍କୁ ନେଇ ରହିଛି ଅନେକ କିମ୍ବଦନ୍ତି । ଏହି କ୍ଷେତ୍ରଟି ପ୍ରଭୂ ବରୁଣ ଦେବଙ୍କ ତପସ୍ଥଳୀ ଭାବେ ପରିଚିତ । ଏହି ମନ୍ଦିର ପରିସରରେ ଦୁଇଟି ଚିର ସବୁଜ ବରୁଣ ବୃକ୍ଷ ଅନାଦିକାଳରୁ ରହିଆସିଛି ।

ଆଜି ଠାରୁ ଆଗାମୀ ୯ ଦିନ ଧରି ଆରମ୍ଭ ହେବ ବରୁଣ୍ୱେର ମେଳା । ପ୍ରତ୍ୟେକ ଦିନ ବାବାଙ୍କ ଦର୍ଶନ କରିବା ସହ ମେଳା ବୁଲିବାକୁ ଆସିବେ ଭକ୍ତ । ବାବାଙ୍କ ଆଶିଷ ନେବାକୁ ଜ଼ିଲ୍ଲା ଓ ଜ଼ିଲ୍ଲା ବାହାରୁ ଭକ୍ତଙ୍କ ସମାଗମ ହେବ । ଏଥିସହିତ ପଲ୍ଲିଶ୍ରୀ ମେଳା,୫ ଗୋଟି ଅପେରା ସହ ମିନାବଜାର ର ମଜା ଉଠାଇବେ ଦର୍ଶକ । ସ୍ଥାନୀୟ ଅଂଚଳର ଗଣପର୍ବ ଭାବେ ପାଳିତ ହେଉଥିବା ଏହି ବରୁଣେଶ୍ୱର ମେଳା ପାଇଁ ସମଗ୍ର ଅଂଚଳ ଚଳଚଂଚଳ ହୋଇଥିବା ବେଳେ ଏହି ମେଳାର ଆୟୋଜନର ଦାୟିତ୍ୱ ନେଇଛି ଜିଲା ପ୍ରଶାସନ । ସେପଟେ ଲକ୍ଷାଧିକ ଲୋକଙ୍କ ଭିଡକୁ ଦେଖି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ହୋଇଛି ।

You might also like