କାର୍ତ୍ତିକ ମାସ ପୂର୍ବରୁ ବେଲଗାମ ପରିବା ଦର, ଯାହାକୁ ଛୁଇଁବ ସବୁ ୧୦୦

କଟକ / ଭୁବନେଶ୍ୱେର : କାର୍ତ୍ତିକ ମାସ ପୂର୍ବରୁ ବେଲଗାମ ପରିବା ଦର । କଞ୍ଚା ପରିବା ସହ ଆଳୁ ଦର ବି ନିୟନ୍ତ୍ରଣ ବାହାରେ । ଦୀର୍ଘ ଦିନ ଧରି ପିରବା ଦର ଖସିବାର ନାଁ ଧରୁନି । ଯାହାକି ସାଧାରଣ ଲୋକଟିଏ ପାଇଁ ଚିନ୍ତାର କାରଣ ପାଲଟିଛି । ପରିବା ଦରରେ ଏଭଳି ଅହେତୁକ ବୃଦ୍ଧି ସାଧାରଣ ଖାଉଟିଙ୍କ ପକେଟକୁ ବାଧୁଛି । ଯାହାକୁ ଛୁଇଁବେ ୭୦ରୁ ୮୦ ପାର । ସେଞ୍ଚୁରୀ ମାରି ସାରିଲାଣି କିଛି ପରିବାର ଦର । ଦରବୃଦ୍ଧି ଯନ୍ତ୍ରଣାରେ ଖାଉଟି ଏବେ କଲବଲ । ହାଟ ବଜାରରେ ପ୍ରାୟ ସବୁ ପରିବା ଦର ଅସହ୍ୟ ଭାବେ ବଢ଼ିଚାଲିଛି । ଚଢ଼ା ଦରକୁ ନେଇ ଅତିଷ୍ଠ ହୋଇଗଲେଣି ଖାଉଟି। ରୋଷେଇ ଘରୁ ଏବେ ବହୁ ପରିବା ଧୀରେ ଧୀରେ ଗାଏବ ହବାକୁ ବସିଲାଣି । କଟକ ଛତ୍ର ବଜାରରେ ବି ସମାନ ସ୍ଥିତି ଦେଖା ଦେଇଛି ।
କଟକ ଛତ୍ର ବଜାରରେ ପରିବା ଦର
ପୋଟଳ – ୮୦
ବାଇଗଣ – ୭୦
ବିଲାତି – ୭୦
କାକୁଡି – ୬୦
ପିଆଜ – ୬୦
ମୂଳା ବିଡା -୨୦
କଲରା – ୮୦
କାଙ୍କଡ଼ – ୧୨୦
କଖାରୁ – ୩୦
ଶାଗ ବିଡା – ୧୦
ଅମୃତଭଣ୍ଡା – ୪୦
ଭୁବନେଶ୍ବର ୧ ନମ୍ବର ହାଟରେ ପରିବା ଦର
ସେହିପରି ଭୁବନେଶ୍ବର ଏକ ନମ୍ବର ପରିବାର ହାଟରେ ଯାହାକୁ ଦେଖ ଅସନ୍ତୋଷ ଝାଡୁଛନ୍ତି । କେବଳ ବଞ୍ଚିବା ପାଇଁ କିଏ କିଲୋ ବଦଳରେ ଅଢେ ଶହ ଗ୍ରାମ ନେଉଛି ତ କିଏ ଅଧ କିଲୋ ନେଇ ଯେମିତି ସେମିତି କାମ ଚଳାଇବାକୁ ଚିନ୍ତା କରୁଛି ।
ପୋଟଳ – ୭୦
ବାଇଗଣ – ୮୦
ବିଲାତି – ୬୦
କାକୁଡି – ୬୦
ପିଆଜ – ୬୦
ମୂଳା ବିଡା -୨୦
କଲରା – ୮୦
କାଙ୍କଡ଼ – ୧୦୦
କଖାରୁ – ୩୦
ଶାଗ ବିଡା – ୧୦
ଅମୃତଭଣ୍ଡା – ୪୦
ବିନ୍ _ ୧୦୦
ଫୁଲ କୋବି _ ୫୦
ସାରୁ_ ୪୦
ଗାଜର- ୫୦
କନ୍ଦ ମୂଳ_ ୬୦
ଖମ୍ବ ଆଳୁ _୭୦