ହାଣ୍ଡିଶାଳକୁ ମହଙ୍ଗା ମାଡ: କାର୍ତ୍ତିକ ମାସ ଚାଲିଥିବାରୁ ହୁ ହୁ ହୋଇ ବଢିବାରେ ଲାଗିଛି ଦର

ଭୁବନେଶ୍ବର: ହାଣ୍ଡିଶାଳକୁ ପରିବା ଦର ମାଡ଼। ଆକାଶ ଛୁଆଁ ପରିବା ଦର। ନିତ୍ୟବ୍ୟବହାର୍ଯ୍ୟ ପରିବା ନୁହେଁ, ପିଆଜ ଏବଂ ଆଳୁ ଦର ମଧ୍ୟ ବୃଦ୍ଧି ହୋଇଛି। ପିଆଜ କିଲୋ ପ୍ରତି ଦର ୭୦ରୁ ୮୦ ଟଙ୍କା ଥିବା ବେଳେ ଆଳୁ ୪୦ ଟଙ୍କା ଉପରେ ରହିଛି। ସେହିଭଳି ସବୁ ପରିବା ଦର ୬୦ ଟଙ୍କା ଉପରେ ରହିଛି।

ବାଇଗଣ, ପୋଟଳ ଦର ୧୦୦ ଟଙ୍କା ଥିବା ବେଳେ କଲରା ୬୦ ଟଙ୍କା, ଭେଣ୍ଡି ଷାଠିଏ ଟଙ୍କା, ଝୁଡଙ୍ଗ ୮୦ ଟଙ୍କାରହିଛି। କାଙ୍କଡ କିଲୋ ୮୦ । ଯେଉଁଠି ଖାଉଟି କେଜିଏ ଦୁଇ କେଜି ପରିବା ନେଉଥିଲା ଏବେ ସେଠି ଅଧକିଲୋ ନେଉଛନ୍ତି । ପାଞ୍ଚ ଶହ ଟଙ୍କାରେ ପରିବା ବ୍ୟାଗ ମଧ୍ୟ  ଭରୁନି ବୋଲି ଗ୍ରାହକ କହୁଛନ୍ତି। ସେପଟେ ବର୍ଷା ଓ ପରିବା କମ୍‌ ଆମଦାନୀ ହେଉଥିବାରୁ ପରିବା ଦର ଅଧିକ ଅଧିକ ରହୁଥିବା ବ୍ୟବସାୟୀମାନେ କହିଛନ୍ତି। ସେପଟେ କାର୍ତ୍ତିକ ମାସ ଚାଲିଥିବାରୁ ଦର ଆହୁରି ବଢିବାରେ ଲାଗିଛି।

Leave A Reply

Your email address will not be published.