ବାତ୍ୟା ଫନି ପରେ ପରିବା ବଜାରରେ ନିଆଁ, ଦୁଇ ସପ୍ତାହ ଭିତରେ ବଢିଲାଣି ଦୁଇ ଗୁଣା

ଭୁବନେଶ୍ୱର(କେନ୍ୟୁଜ୍): ବାତ୍ୟା ଫନି ପରେ ପରିବା ବଜାରରେ ନିଆଁ। ଦୁଇ ସପ୍ତାହ ଭିତରେ ପ୍ରାୟ ଦୁଇ ଗୁଣା ବଢିଲାଣି ପରିବା ଦର। କଟକ ଓ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ପରିବା ବଜାରରେ ଦର ଆକାଶ ଛୁଆଁ। ପୋଟଳ କିଲୋ ୬୦ଟଙ୍କା ହୋଇଥିବାବେଳେ ବାଇଗଣ ବି ୫୦ ଛୁଇଁଛି। ସେହିପରି ଭେଣ୍ଡି ୬୦, ଜହ୍ନି ୭୦, ବିଲାତି ୬୦ ଓ କାକୁଡି କିଲୋପ୍ରତି ୫୦ ଟଙ୍କା ରହିଛି। ଫଳରେ ଗ୍ରାହକମାନେ ହନ୍ତସନ୍ତ ହେଉଛନ୍ତି। ୫୦୦ଟଙ୍କାରେ ବି ବ୍ୟାଗ ଅଧା ହେଉନି। ଫନି ପ୍ରଭାବରେ ବିଭିନ୍ନ ସ୍ଥାନରେ ଚାଷ ଜମିରେ ପାଣି ପଶି ପରିବା ନଷ୍ଟ ହୋଇଯାଇଛି। ଫଳରେ ଆବଶ୍ୟକ ଅନୁସାରେ ପରିବା ମିଳୁନଥିବାବେଳେ ଦର ବଢିବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.