ରୋଷେଇ ଘରେ ମହଙ୍ଗା ମାଡ଼: ୫୦ ଟଙ୍କା ଉପରେ ସବୁ ପରିବା ଦର, କେଜିଏ ବଦଳରେ ଅଧା କେଜି କିଣୁଛନ୍ତି ଖାଉଟି

ଭୁବନେଶ୍ବର(କେନ୍ଯୁଜ୍): ରୋଷେଇ ଘରେ ମହଙ୍ଗା ମାଡ଼ । ପରିବା ବଜାରରେ ନିଆଁ । କାର୍ତ୍ତିକ ମାସ ପୂର୍ବରୁ ଆକାଶଛୁଆଁ ପରିବା ଦର । ରାଜଧାନୀରେ ୫୦ ଛୁଇଁଛି ପିଆଜ । ପୂର୍ବରୁ କେଜି ୩୦ ଟଙ୍କା ଥିବାବେଳେ ଏକାଥରେ ୨୦ ଟଙ୍କା ବଢି ୫୦ରେ ପହଂଚିଛି । ଏହାସହ ୫୦ ଟଙ୍କା ଉପରେ ସବୁ ପରିବା । ବଜାରରେ ବିନସ୍‌ କେଜି ୧୨୦ ଟଙ୍କା । ପୋଟଳ ୮୦, ବାଇଗଣ ୬୦, ଜହ୍ନି ୫୦ ଓ ଟମାଟୋ କେଜି ୫୦ରୁ ୬୦ ଟଙ୍କା ରହିଛି । ଏପରିକି କାକୁଡି କେଜି ୫୦ ଟଙ୍କା । କେଜିଏ ବଦଳରେ ଅଧା କେଜି କିଣୁଛନ୍ତି ଖାଉଟି । ୫ଶହ ଟଙ୍କାରେ ବି ଭର୍ତ୍ତି ହେଉନି ବ୍ୟାଗ୍‌ । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ମହାରାଷ୍ଟ୍ର, ବେଙ୍ଗାଳୁରୁ ଓ ଆନ୍ଧ୍ରପ୍ରଦେଶରେ ଲଗାଣ ବର୍ଷା ଯୋଗୁ ପିଆଜ ଦର ବଢିଛି ବୋଲି କୁହାଯାଇଛି । ନୂଆ ପିଆଜ ଅମଳ ବିଳମ୍ବିତ ହେବାରୁ ମରାଠୀ ଓ ଆନ୍ଧ୍ର ପାଇକାରୀ ବେପାରୀ ଗୋଦାମରେ ମାଲ୍‌ ଚାପି ରଖିଛନ୍ତି । ବଜାରକୁ ଆବଶ୍ୟକତାରୁ କମ୍‌ ପରିମାଣର ପିଆଜ ଛାଡି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.