କାର୍ତ୍ତିକ ମାସ ପୂର୍ବରୁ ​ପରିବା ବଜାରରେ ଚଡକ! ଦର ବୃଦ୍ଧି ଯୋଗୁଁ ପରିବାରେ ହାତ ମାରିବାକୁ ଡରୁଛନ୍ତି ଗ୍ରାହକ

ଭୁବନେଶ୍ୱର (କେନ୍ୟୁଜ): ରୋଷେଇ ଘରେ ମହଙ୍ଗା ମାଡ଼ । ପରିବା ବଜାରରେ ନିଆଁ । କାର୍ତ୍ତିକ ମାସ ପୂର୍ବରୁ ଆକାଶ ଛୁଆଁ ପରିବା ଦର । ସବୁ ପରିବାର ଦର ୬୦ ଉପରେ । ବଜାରରେ ବିନସ୍‌ କେଜି ୧୦୦ ଟଙ୍କା । ପୋଟଳ ୮୦, ବାଇଗଣ ୭୦, ଜହ୍ନି ୭୦, ଗାଜର ୬୦, ଭେଣ୍ଡି ୬୦ ଓ ଟମାଟୋ କେଜି ୬୦ରୁ ୭୦ ଟଙ୍କା ରହିଛି । ଏପରିକି କାକୁଡି କେଜି ୫୦ ଟଙ୍କା ରହିଛି । କେଜିଏ ବଦଳରେ ଅଧା କେଜି କିଣୁଛନ୍ତି ଖାଉଟି । ୫ଶହ ଟଙ୍କାରେ ବି ଭର୍ତ୍ତି ହେଉନି ବ୍ୟାଗ୍‌ । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଆଉ ଏହାର ସିଧାସଳଖ ପ୍ରଭାବ ମଧ୍ୟବିତ୍ତ ଓ ଗରିବଙ୍କ ହାଣ୍ଡିଶାଳରେ ଦେଖିବାକୁ ମିଳିଛି । ପରିସ୍ଥିତି ଏଭଳି ହୋଇଛି ଯେ ରୋଷେଇଘରେ ସବୁଜ ପନିପରିବା ପାଇବା ଏବେ ସ୍ୱପ୍ନ ପାଲଟିଛି । ବଜାରରେ ଏବେ ସବୁ ପରିବା ଦର ୬୦ ଉପରେ । ବଜାରରେ ଅଧିକାଂଶ ପନିପରିବା ଦର ହୁ ହୁ ହୋଇ ବଢିଛି ।

ଆଗକୁ କାର୍ତ୍ତିକ ମାସ ଆସୁଥିବାରୁ ଅଧିକାଂଶ ଲୋକ ଆମିଷ ଖାଉନଥିବାରୁ ନିରାମିଷ ତରକାରି ହବିଷ ପାଇଁ ଲୋକ ପନିପରିବା ଉପରେ ନିର୍ଭର କରିବେ । ତେବେ ବେପାରିଙ୍କ ପାଟିରୁ ଯାହା ବାହାରିଲା ସେହି ଦରରେ ବିକ୍ରି ହେଉଛି ପରିବା । ଏଭଳି ଦରବୃଦ୍ଧି ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଉଛି ।

Leave A Reply

Your email address will not be published.