ବଜାରରୁ ଘର ସବୁଠି ପରିବା ଚର୍ଚ୍ଚା, କଲବଲ ହେଲେଣି ଗ୍ରାହକ

ବେଗୁନିଆ : ପରିବା ବଜାରରେ ନିଆଁ । ୫ଶହ ଟଙ୍କାରେ ମଧ୍ୟ ବ୍ୟାଗ ପୁରୁନି। ସବୁ ପରିବା ଦର ୭୦ ଉପରେ। ବଜାରରେ ପରିବା ଦର ଅହେତୁକ ବୃଦ୍ଧି ପାଇଥିବାରୁ ଗ୍ରାହକଙ୍କୁ ବାଧୁଛି। ଯେଉଁମାନେ ଆଗରୁ କିଲୋ କିଲୋ ପରିବା ନେଉଥିଲେ, ସେମାନେ ଏବେ ୨୫୦ ଗ୍ରାମ୍‌, ନହେଲେ ୫୦୦ ଗ୍ରାମ୍‌ ଲେଖାଏଁ ନେବାକୁ ବାଧ୍ୟ ହେଉଛନ୍ତି।

ସେପଟେ ବାଇଗଣ  କିଲୋ  ଶହେ, ପୋଟଳ ୮୦ ଟଙ୍କା, କ୍ୟାପ୍ସିକମ ୯୦, ଜହ୍ନି ୭୦ ଟଙ୍କା, କଲରା ଶହେ  ଟଙ୍କା ଓ କାଙ୍କଡ଼ କିଲୋ ୮୦ ଟଙ୍କା ଟପିଲାଣି ।  ଝୁଡ଼ଙ୍ଗ ୧୨୦ ଟଙ୍କା ରହିଛି।  ଅଧିକାଂଶ ପରିବା  ଦର ୮୦ ଟଙ୍କା ରହିଥିବା ଲୋକମାନେ କେଜିଏ ଜାଗାରେ ଲୋକମାନେ ଅଢ଼େଇ ଶହ  ପରିବା କିଣୁଛନ୍ତି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।

ହାଟକୁ ଆସୁଥିବା ଗ୍ରାହକ ଦର ଶୁଣିଦେଲେ କାନମୁଣ୍ଡା ଆଉଁସି ଘରକୁ ଫେରିବା ସାର ହେଉଛି ।  ପରିବା କିଣିବାକୁ ଇଛା ଥିଲେ ବି ଆବଶ୍ୟକତା ହିସାବରେ ନୁହେଁ ବରଂ ପକେଟକୁ ଦେଖି ଅଢ଼େଇ ଶହ ନହେଲେ ଅଧାକିଲୋ କିଣି ନେଉଛନ୍ତି ।  ଗତ କିଛି ଦିନ ହେବ ପରିବା ମାର୍କେଟର୍ ଦରବୃଦ୍ଧି ଗ୍ରାହକଙ୍କୁ ଅସ୍ତବ୍ୟସ୍ତ କରୁଛି ।  ଚଢା ଦରର ଏ ବଜାରକୁ ନେଇ ଅଧିକ ଚିନ୍ତାରେ ଗୃହିଣୀ ।  ପରିବା ଡାଲାରୁ ଗାଏବ ପରିବା । କାଁ ଭାଁ ଗୋଟେ ଯୋଡେ ପରିବା ଡାଲାରେ ପଡିଥିବା ବେଳେ ଆଉ ଆଣିବାକୁ ଇଛା ହେଉନଥିବା କହିଛନ୍ତି ଗୃହିଣୀ ।

 

 

 

 

 

 

You might also like